

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନି ବାତ୍ୟାର ହୋଇଥିବା କ୍ଷତିଗ୍ରସ୍ତଙ୍କ ନିମନ୍ତେ ବହୁ ସଂଘ ଏବଂ ସଂସ୍ଥା ତରଫରୁ ବହୁ ସହାୟତା ପ୍ରଦାନ କରାଯାଉଥିବା ବେଳେ Axis ବ୍ୟାଙ୍କ ବ୍ରହ୍ମପୁର ଶାଖା ତରଫରୁ ମଧ୍ୟ ୨୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏହି ୨୦ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏଥିରେ ବ୍ୟାଙ୍କ ବ୍ରହ୍ମପୁର କ୍ଳଷ୍ଟର ମୁଖ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ଶାଖା ମୁଖ୍ୟ ଦେବାଶିଷ ସ୍ୱାଇଁ, ଛତ୍ରପୁର ଶାଖା ମୁଖ୍ୟ ସଞ୍ଜୟ ଅଗ୍ରୱାଲ, ଆଞ୍ଚଳିକ ମ୍ୟାନେଜର (ବ୍ୟବସାୟୀ) ଅରୁଣ ରାୟ ଓ ଦଣ୍ଡପାଣି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ଚେକ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


