

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଲୋଚାପଡା ନିକଟ ଶକ୍ତିନାଗାର ତୃତୀୟ ଗଳିରେ ଏକ ଦଶ ଫୁଟ ଗଭୀର ଶୁଖିଲା କୂଅରେ ଏକ ଜର୍ସି ଗାଇ ପଡିଯାଇ ଯନ୍ତ୍ରଣାରେ ଛଟ ପଟ ହେଉଥିବା ଜଣେ ଜରି ଗୋଟାଳି ଦେଖି ପାଖରେ ଥିବା ଘରର ଲୋକଙ୍କୁ ଜଣାଇଥିଲେ । ସେହି ଲୋକ ପାଖରେ ରହୁଥିବା ସାମ୍ବାଦିକ କୁନା ମିଶ୍ରଙ୍କୁ ଜଣାଇଥିଲେ । କୁନା ସଙ୍ଗେ ସଙ୍ଗେ ପ୍ରଥମେ ଫାୟାର ଷ୍ଟେସନକୁ ଜଣାଇଥିଲେ । ଦଶ ମିନିଟ ଭିତରେ ଆସି ସାହି ଯୁବକ ମାନଙ୍କ ମିଳିତ ଉଦ୍ୟମରେ ଏକ ଘଣ୍ଟା ପରିଶ୍ରମ କରି ଗାଇକୁ ଉଦ୍ଧାର କରାଯାଇଥିଲା ।ଇତି ମଧ୍ୟରେ ପଶୁ କର୍ମଚାରି ଆମ୍ବୁଲାନ୍ସ ସହ ଆସି ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଥିଲେ । ଗାଇଟିର ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସେହି ସ୍ଥାନକୁ ସିଲେଇ କରି ସାଲାଇନ ଦେଇଥିଲେ । କିଛ ସମୟ ପରେ ଗାଇଟି ସାମାନ୍ୟ ସୁସ୍ଥ ହେବାର ଜଣାପଡିଲା ଫାୟାର କର୍ମଚାରି ମୁଖ୍ୟ ସୁରେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଡ୍ରାଇଭର ରାଜେଶ ମଲ୍ଲିକ, ଶ୍ରୀନିବାସ ବେଉରା, ପ୍ରଦୀପ କୁମାର ସ୍ୱାଇଁ, ରଘୁନାଥ ସେଠି, ସୁମନ କୁମାର ଶ୍ରୀଚନ୍ଦନ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବାବେଳେ ଚିକିତ୍ସା କରିଥିଲେ ଡାକ୍ତର ସ୍ୱମୀକ ସ୍ୱାଇଁ ଆଟେଣ୍ଡର ହରିଚନ୍ଦନ ନାୟକ, ଡ୍ରାଇଭର ଏସ. ସାଇରାମ ରେଡ୍ଡୀ ଶକ୍ତିନଗରର ହେମନ୍ତ ସ୍ୱାଇଁ, ଅନନ୍ତ ବେହେରା, ସାମ୍ବାଦିକ କୁନା ମିଶ୍ର, ଜଗା ବେହେରା, ପିଙ୍କୁ, ଗଙ୍ଗା ସାମିଲ ହୋଇଥିଲେ ।