ଢେଙ୍କାନାଳ (ସମୃଦ୍ଧ ଓଡିଶା) ଇଣ୍ଟର ନ୍ୟାସନାଲ ଟ୍ରେନିଂ ନେଟୱାର୍କ, ବଙ୍ଗଳାଦେଶ ୟୁନିଭରସିଟି ଅଫ ଇଂଜିନିୟରିଙ୍ଗ ଟେକ୍ନୋଲୋଜିରୁ ମିସ ମାକଫି ଫାରା ଏବଂ ମହମ୍ମଦ ଆଲାମଙ୍କ ନେତୃତ୍ୱରେ ୧୮ ଜଣ ପ୍ରତିନିଧି ମଣ୍ଡଳୀ ସୁଦୂର ବଙ୍ଗଳାଦେଶରୁ ଫିକଲ ସ୍ଲଜ ମ୍ୟାନେଜମେଣ୍ଟ ଉପରେ ଏକ ଏକ୍ସପୋଜର ଭିଜିଟ ଢେଙ୍କାନାଳ ସହରର ମହିସାପାଟ ଠାରେ ଫିକଲ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ । ଏହି ଟିମ ଭୁବନେଶ୍ୱର ଓ ପୁରୀ ସହିତ ଢେଙ୍କାନାଳକୁ ପରିଦର୍ଶନ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ସେମାନେ ପରିଦର୍ଶନ କରି ଢେଙ୍କାନାଳରେ ନିର୍ମିତ ଫିକଲ ସ୍ଲଜ ପ୍ଲାଣ୍ଟକୁ ରାଜ୍ୟର ଅନ୍ୟ ସମସ୍ତ ଫିକଲ ସ୍ଲଜ ପ୍ଲାଣ୍ଟ ଅପେକ୍ଷା ଅତ୍ୟନ୍ତ ଉତ୍କୃଷ୍ଟ ମାନର ବୋଲି ବିବେଚନା କରିଥିଲେ । ଏହି ପରିଦର୍ଶନ ଦ୍ୱାରା ସେମାନେ ବିଶେଷ ଜ୍ଞାନ ଓ ଅଭିଜ୍ଞାନ ହାସଲ କରିବା ସହିତ ଏହାକୁ ତାଙ୍କ ଦେଶରେ ଉପଯୋଗ କରିବେ ବୋଲି ପ୍ରକାଶ କରିଥିଲେ । ବିଦେଶରୁ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କ ଦ୍ୱାରା ଢେଙ୍କାନାଳ ସହରର ମାନ୍ୟତା ରାଜ୍ୟ ସ୍ତରରେ ବୃଦ୍ଧି ପାଇଥିବାର ପରିଲଖିତ ହୋଇଛି । ଏହାର ସଠିକ କାର୍ଯ୍ୟକାରିତା ପାଇଁ ଉଭୟ ପ୍ରାକଟିକାଲ ଆକସନ ଓ ଏହାକୁ ଆର୍ଥିକ ସହାୟତା କରିଥିବା ସଂସ୍ଥା ମିଲିଣ୍ଡା ଓ ବିଲଗେଟ ଫାଉଣ୍ଡେସନକୁ ଭୁୟସୀ ପ୍ରଶଂସା କରିବା ସହିତ ଢେଙ୍କାନାଳ ପୌରପାଳିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରାକଟିକାଲ ଆକ୍ସନର ଡ଼ଃ. ବିରୁପାକ୍ଷ ଦୀକ୍ଷିତ, ଡ଼ଃ. ହୃଦାନନ୍ଦ ମହାନ୍ତି ଓ ଗଣେଶ ପରିଡାଙ୍କ ସହିତ ବ୍ଲୁ ୱାଟର କମ୍ପାନୀର ସ୍ୱସ୍ତିକ ପାଣ୍ଡେ ଏବଂ ପୌରପାଳିକାର ପୋୖରଯନ୍ତ୍ରୀ ଇଂ. ରଶ୍ମିତା ମିଶ୍ର ତଥା ଅନ୍ୟ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ବୋଲି ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି