ଫିକା ପଡିଲା ନିମାପଡାର ସ୍ୱାୟତ୍ତ ଶାସନ ଦିବସ

ନିମାପଡା(ସମୃଦ୍ଧଓଡିଶା)ସାରା ରାଜ୍ୟରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇ ଥିବା ବେଳେ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ପରିଷଦର ଅଧ୍ୟକ୍ଷା ସସ୍ମିତା ସାହୁଙ୍କୁ ବିରୋଧ କରି ପରିଷଦର ୮ଜଣ ସଭ୍ୟ/ସଭ୍ୟ ସଭ୍ୟା ଅନୁପସ୍ଥିତ ରହିବା ଏବେ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାଇ ପରିଷଦର ଅଧ୍ୟକ୍ଷାଙ୍କ ବିରୋଦ୍ଧରେ କାଉନସିଲର ମାନେ ଦୁର୍ନୀତି ଅଭିଯୋଗ କରିବା ସହିତ କାର୍ଯ୍ୟାଳୟକୁ ଆସୁନଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।ମାତ୍ର ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା ଏବଂ ଅଧକ୍ଷା ଅନାସ୍ଥାରେ ବିଜୟ ଲାଭ କରିଥିଲେ।ସବୁଠାରୁ ପରିତାପର ବିଷୟ ସେହିଦିନ ଠାରୁ ଅଧ୍ୟକ୍ଷା ୮ଜଣ ସଭ୍ୟ/ସଭ୍ୟାଙ୍କ ଉପରେ ରାଗ ରଖି ସେମାନଙ୍କୁ କୌଣସି କାର୍ଯ୍ୟରେ ପଚାରୁ ନଥିଲେ।ଏଣୁ ପରିଷଦର ୮ଟି ୱାର୍ଡର ସଭ୍ୟ/ସଭ୍ୟା ମାନେ ଏକତ୍ରିତ ହୋଇ ସ୍ୱାୟତ୍ତ ଶାସନ ଦିବସକୁ ବର୍ଜନ କରିଥିଲେ।ଏପଟେ ଅଧ୍ୟକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଆସି କେବଳ ପତାକା ଉତ୍ତୋଳନ କରି କାର୍ଯ୍ୟାଳୟ ଛାଡି ଚାଲି ଯାଇଥିବା ଜଣାପଡିଛି।ଏପଟେ ୮ଜଣ ସଭ୍ୟ/ସଭ୍ୟା ଏକତ୍ରିତ ହୋଇ ଅଧ୍ୟକ୍ଷାଙ୍କ ମନ ମାନି କାର୍ଯକୁ ଉଚିତ୍ ଜବାବ୍ ଦେବା ସହ ବିଜ୍ଞାପିତ ଅଞ୍ଚଳ ବାସୀଙ୍କ ସମସ୍ୟାକୁ କିପରି ଏକଜୁଟ କାମ କରି ସମସ୍ୟାକୁ ଦୂର କରିବେ ସେଥି ନିମନ୍ତେ କୁଶଭଦ୍ରା ନଦୀ କୂଳରେ ଥିବା ପ୍ରସିଦ୍ଧ ଶୈବପୀଠ ଠାରେ ଏକ ବୈଠକ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର