

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସ୍ଥିତ ପ୍ରେସିଡେନ୍ସି କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତି ମେଳା ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ନୂତନ ଭାବେ ବ୍ରହ୍ମପୁର ଠାରେ ପାଦ ଥାପି ଥିବା ଫିନୋ ପେମେଣ୍ଟସ ବ୍ୟାଙ୍କ୍ ନିଯୁକ୍ତି ଦେବାର ପନ୍ଥା ଆପଣାଇଛି । ବେକାରୀ ସମସ୍ୟା ଦୂର କରିବା ପାଇଁ ବ୍ୟାଙ୍କର କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ କଲେଜ ଭ୍ରମଣ କରି ବିଦ୍ୟାର୍ଥୀଙ୍କୁ ବ୍ୟାଙ୍କର ଆଭିମୁଖ୍ୟ ସମ୍ପର୍କରେ ସଚେତନତା କରାଇବା ସହ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟ୍ୟମରେ ଦକ୍ଷତା ଚୟନ କରୁଛନ୍ତି । ଏହି ପ୍ରକ୍ରିୟା ତଥା ଏହି ନିଯୁକ୍ତି ମେଳା ପ୍ରେସିଡେନ୍ସି କଲେଜରୁ ଗତ ଶନିବାର ଦିନ ଆରମ୍ଭ କରିଛି ଫିନୋ ପେମେଣ୍ଟସ ବ୍ୟାଙ୍କ । ଫଳରେ ଏହି ଅଭିନବ ପ୍ରକ୍ରିୟାକୁ ବିଦ୍ୟାର୍ଥୀ ଓ ଅଧ୍ୟାପକ ମାନେ ଭୁୟସୀ ପ୍ରଶଂସା କରିବା ସହ ବ୍ୟାଙ୍କ କର୍ମଚାରୀମାନଙ୍କୁ ଫୁଲତୋଡ଼ା ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ବ୍ୟାଙ୍କ ଚଳିତ ବର୍ଷ ୨୨ଟି ବ୍ଲକରେ ୨୨ଟି ବ୍ୟାଙ୍କ ଶାଖା ଖୋଲିବା ପାଇଁ ନିଷ୍ପତି ନେଇ ଥିବା ବେଳେ ୮୧୧ଟି ବିଭିନ୍ନ ପଦବୀ ସୃଷ୍ଟି କରି ନିଯୁକ୍ତି ଦେବାପାଇଁ ସ୍ଥିର କରିଥିବା ବ୍ୟାଙ୍କ କର୍ମଚାରୀ ମାନଙ୍କ ଠାରୁ ଜଣା ପଡିଛି । ଏହି ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ନିଯୁକ୍ତି ମେଳା ଅନୁଷ୍ଠିତ କରାଯାଉଛି । ତେବେ ଏହି ନିଯୁକ୍ତି ମେଳାରେ ଫିନୋ ପେମେଣ୍ଟସ ବ୍ୟାଙ୍କର ଚାରି ଜଣ ବରିଷ୍ଠ ଅଧିକାରୀ ଶ୍ରୀ ରବି କୁମାର ବିଶ୍ୱକର୍ମା, ଶ୍ରୀ ରିଙ୍କୁ ପାତ୍ର ଡୋକି, ଶ୍ରୀ ଜ୍ଞାନ ରଞ୍ଜନ ସାହୁ ଏବଂ ଶ୍ରୀ ସୁମିତ କୁମାର ପଟ୍ଟନାୟକ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇ ୧୦୦ଜଣ ଛାତ୍ର ଛାତ୍ରୀଙ୍କ ସାକ୍ଷାତକାର ନେଇଥିଲେ । ନିଯୁକ୍ତି ପାଇବା ଆଶାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା । ଏମିତି ଏହି ଅଭିଯାନ ଜାରି ରହିବା ସହିତ ସମସ୍ତ ପଦବୀ ପୂରଣ ହେବା ପର୍ଯ୍ୟନ୍ତ ଏହି ଭଳି କ୍ୟାମ୍ପସ ବିଭିନ୍ନ ଅନୁଷ୍ଠାନରେ ଚାଲୁ ରହିବ ବୋଲି ଏଚ୍. ଆର୍ ମାନେ ମତ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ନିକଟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲାଯାଇ ଲୋକଙ୍କୁ ସେବା ଯୋଗାଇ ଦିଆଯିବ । ଏହି ବ୍ୟାଙ୍କ ନିଶ୍ଚିତ ଆଗେଇବ ବୋଲି ଅନୁମାନ କରାଯାଉଛି । ପ୍ରେସିଡେନ୍ସି କଲେଜର ଅଧ୍ୟକ୍ଷ ପ୍ରଫେସର ଶରତ କୁମାର ପାଢ଼ୀ ଓ ପ୍ଲେସମେଣ୍ଟ ଅଫିସର ଶ୍ରୀ ଧୀରଜ ପାଣ୍ଡେ ସହଯୋଗ କରିଥିଲେ ।
ରିପୋର୍ଟ୍: ଆଶୁତୋଷ ପଟ୍ଟନାୟକ










