
ଫୁଲବାଣୀ(ସମୃଦ୍ଧ ଓଡିଶା)ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ି ଉପରକୁ କେହି ଦୃବୁର୍ତ୍ତ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଗାଡ଼ିର ପଛ କାଚ ଭାଙ୍ଗି ଯାଇଛି।ଟାଉନ୍ ଥାନା ଇରିଗେସନ୍ କଲୋନୀରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଗତକାଲି ଦେବେନ୍ଦ୍ର ଯାଇଥିଲେ। ଏହି ସମୟରେ ତାଙ୍କ ଗାଡ଼ିି ଉପରକୁ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଦେବେନ୍ଦ୍ର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା