

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଫୁଲ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତକାଲି ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମର ଜଣେ ଅଗ୍ରଣୀ ଫୁଲ ଚାଷୀଙ୍କୁ ସାକ୍ଷାତ କରି ଫୁଲ ଚାଷ ସମ୍ବନ୍ଧରେ ଆଲୋଚନା କରିଥିଲେ । ଚାଷୀ ଜି. ଗୁରୁପ୍ରସାଦ ରେଡ୍ଡୀ ପ୍ରଥମ ଥର ପାଇଁ ଉନ୍ନତମାନର ଗୋଲାପ ଫୁଲ ଚାଷ କରିଛନ୍ତି । ତାଙ୍କ ଫୁଲ ବଗିଚାକୁ ଜିଲ୍ଲାପାଳ ବୁଲି ବୁଲି ଦେଖିଥିଲେ । ଏହି ଅବସରରେ ଉନ୍ନତ ମାନର ଚାଷ ପ୍ରଣାଳୀ ପ୍ରୟୋଗ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଫୁଲ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଋଣ ଓ ସବସିଡ଼ି ସମ୍ପର୍କରେ ଜିଲ୍ଲାପାଳ ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ବେଳେ ସରପଞ୍ଚ ବାବୁଲା ବେହେରା ଓ ସମିତିସଭ୍ୟ ଜ୍ୟୋତିରଞ୍ଜନ ସାହୁଙ୍କ ସମେତ କିଛି ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା