ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ଏକ ସମ୍ବେଦନଶୀଳ ଘୋଷଣାନାମା ଜାରୀ କରାଯାଇଛି । ଗଞ୍ଜାମ ଜିଲ୍ଲାବାସୀଙ୍କୁ ଫନି ପ୍ରଭାବିତ ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ଖୋଦ ବ୍ରହ୍ମପୁର ଉପଜିଲ୍ଲାପାଳ । ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ଲୋକେ ଏହି ଫନି ବାତ୍ୟାରେ ନାହିଁ ନ ଥିବା ପ୍ରଭାବିତ ହୋଇଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ଅତିଆବଶ୍ୟକ ପାଣି, ଶୁଖିଲା ଖାଦ୍ୟ ସହ ଅନ୍ୟାନ୍ୟ କିଛି ସାମଗ୍ରୀ ଲୁଗା ଏବଂ ଖାଦ୍ୟପଦାର୍ଥ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପହଞ୍ଚାଇବା ପାଇଁ ଉପଜିଲ୍ଲାପାଳ ଗଂଜାମ ବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ଖବର ବହୁ ପରିମାଣରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା