

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ବାତ୍ୟା ‘ଫୋନି’ ଯୋଗୁଁ ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇଲେ ନିର୍ବାଚନ କମିଶନ । ପୂର୍ବରୁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନେଇ କମିଶନକୁ ଭେଟି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ର୍ଥ ପର୍ଯ୍ୟାୟରେ ପାଟକୁରାରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା । ମାତ୍ର ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ୍ଙ୍କ ଦେହାନ୍ତ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ । ପରେ ମେ’ ୧୯ ତାରିଖରେ ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ କରିଥିଲେ ନିର୍ବାଚନ କମିଶନ । ହେଲେ ଏବେ ଫୋନି ଯୋଗୁ ବହୁ ପରିମାଣରେ କ୍ଷୟକ୍ଷତି ହୋଇଛି ଏବଂ ପାଟକୁରାରେ ମଧ୍ୟ ବହୁ ପରିମାଣରେ ବାତ୍ୟା ଫୋନିର ପ୍ରଭାବ ପଡିଛି ଯାହାକୁ ନେଇ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୁଞ୍ଚାଇଥିବା ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ।