ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ସିଲାଇ ତାଲିମ କେନ୍ଦ୍ର ଉଦଘାଟିତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଅଧିନରେ ଥିବା ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ପରିଚାଳିତ ମହିଳା ସିଲାଇ ତାଲିମ କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇମ୍ଫା ଲେଡିଜ୍ କ୍ଲବର ସଭାନେତ୍ରୀ ଶ୍ରୀମତୀ କେ ମାଲେଶ୍ୱରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସିଲାଇ ତାଲିମ କେନ୍ଦ୍ରର ସୁଭ ଉଦ୍ଦଘାଟନ କରିଥିଲେ । ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡାର ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଓ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ର ନିର୍ଦ୍ଦେଶକ ଶ୍ରୀ ରାଧା ଶ୍ୟାମ ପଣ୍ଡା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ  କେ ମାଲେଶ୍ଵରୀ, ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇ ପାରିଲେ ପରିବାର ତଥା ସମାଜର ଆର୍ଥିକ ମାନଦଣ୍ଡ  ସୁଦୃଢ଼ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ପଲିଥିନର ବ୍ୟବହାରକୁ ସମ୍ପୁର୍ଣ ରୂପେ ରୋକ୍ ଲଗାଇବା ପାଇଁ ଯୁଟରେ ତିଆରି ବିଭିନ୍ନ ଉପକରଣ ମାନ କରିବା ପାଇଁ ଗୁରୁତ୍ବାରୋପ କରିଥିଲେ। ଇମ୍ଫା ଲୋକ ସମ୍ପର୍କ ବିଭାଗର ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି ମହିଳା ସିଲାଇ ତାଲିମ କେନ୍ଦ୍ରର ଉଦ୍ଦେଶ୍ୟ ଉପରେ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ଆଲୋକ ପାତ କରିଥିଲେ । ଶ୍ରୀ ସବ୍ୟସାଚୀ ସାହୁ ସରକାରଙ୍କ ଦ୍ୱାରା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇମ୍ଫା ଲେଡିଜ କ୍ଲବର ସଭ୍ୟା ଶ୍ରୀମତୀ ବସନ୍ତ ମାଳତୀ ସ୍ୱାଇଁ, ଶ୍ରୀମତୀ ସମିତା ପଟ୍ଟନାୟକ, ଶ୍ରୀମତୀ ମିନତି ଦେ ପ୍ରମୁଖ ଉପସ୍ଥିତ ଥିଲେ  । ପ୍ରକାଶ ଯୋଗ୍ୟ ଯେ ୨୦୧୧ ମସିହା ଠାରୁ ବର୍ତ୍ତମାନ ସୁଦ୍ଧା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଏହି ସିଲାଇ ତାଲିମ କେନ୍ଦ୍ର ରେ ପ୍ରାୟ ୧୭୦ ଜଣ ମହିଳା ଙ୍କୁ ମାଗଣାରେ ତାଲିମ ଦେଇ ରୋଜଗାରକ୍ଷମ କରାଯାଇଛି  ଏବଂ ଏହା ସହିତ ତାଲିମ ପ୍ରାପ୍ତ କୁଶଳୀ ମହିଳା ମାନଙ୍କ ପାଇଁ ସିଲାଇ କରିବା ପାଇଁ ଆନୁସଙ୍ଗିକ କାର୍ଯ୍ୟସାଳାର ସୁବିଧା ମଧ୍ୟ କରାଯାଇଅଛି । ପ୍ରକାଶ ଯୋଗ୍ୟ ଯେ ଆଖ ପାଖ ଅଞ୍ଚଳରେ ମହିଳା ମାନଙ୍କର ସଶକ୍ତି କରଣ ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ତାଲିମ ଦିଆଯାଇ ଆନୁସଙ୍ଗିକ ସୁବିଧା ମଧ୍ୟ କରାଯାଇଥାଏ । ଇମ୍ଫାର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା କରାଯାଇଥିବା ଏପରି ମହତ କାର୍ଯ୍ୟ ପାଇଁ ଅଂଚଳର ଲୋକ ପ୍ରତିନିଧି ଓ ବୁୁଦ୍ଧିଜୀବୀମାନେ ପ୍ରସଂଶା କରିଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ