ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ପାଠ୍ୟ ସାମଗ୍ରୀ ବଣ୍ଟନ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ଉପ ସଭାପତି ଶ୍ରୀ କେ ଭି ରାଓଙ୍କ ନିର୍ଦ୍ଦେଶ କ୍ରମେ ଇମ୍ଫାର ସାମାଜିକ ଦାୟିତ୍ୱ ବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଥେରୁବାଲି ଆଖପାଖ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ପାଠ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥେରୁବାଲି, ଖେଦାପଡା, କାର୍ତ୍ତିକାଗୁଡା, କେଲିଗୁଡା, ଡୁମୁରିଗୁଡା, ଭାତପୁର, ବଡଖିଲାପଦର ଓ ସୁରୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୩୪ ଗୋଟି  ଗ୍ରାମର ବିଦ୍ୟାଳୟରେ ଏହି ପାଠ୍ୟ ସାମଗ୍ରୀ ଯଥା, ଖାତା, ପେନସିଲ, ରବର, କଟର ଓ ଜ୍ୟାମିତି ବକ୍ସ ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ଉପର ଲିଖିତ ୦୮ ଗୋଟି ଗ୍ରାମ ପଞ୍ଚାୟତର ୪୮୯୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ଜଣା ପଡୁଛି । ଏହି ପରିପ୍ରେକ୍ଷୀରେ ଇମ୍ଫା କାରଖାନାର ଉପ ସଭାପତି ଶ୍ରୀ କେ ଭି ରାଓ କହିଛନ୍ତି ଯେ ଆମ ଆଖ ପାଖ ଅଞ୍ଚଳରେ  ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ପାନୀୟ ଜଳ ଓ ପରିବେଶର ସୁରକ୍ଷାର ଉନ୍ନତି ଆମର ସାମାଜିକ ଦାୟିତ୍ୱ ବୋଧ, ଆମେ ପ୍ରତିଜ୍ଞା ବୋଧ ଓ ଏଥିପାଇଁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ସର୍ବଦା ସଚେତନ ରହିଛି । ଉକ୍ତ ବଣ୍ଟନ କାର୍ଯ୍ୟକ୍ରମ ରେ ସରପଞ୍ଚ, ଲୋକପ୍ରତିନିଧି, ଶିକ୍ଷକ, ବରିଷ୍ଠ ସାମ୍ବାଦିକ ଓ ଇମ୍ଫାର ବରିଷ୍ଠ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ଏହିଭଳି ଜନ ହିତକର କାର୍ଯ୍ୟ ସକାଶେ ଅଭିଭାବକ, ଶିକ୍ଷକ, ସମାଜ ଓ ଛାତ୍ର ଛାତ୍ରୀ ମାନେ ଫାଉଣ୍ଡେସନ କତ୍ତୄପକ୍ଷଙ୍କୁ ସାଧୁବାଦ ଜଣାଇଥିବା ଜଣାଯାଏ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ