ବଉଳଘାଇରେ ନେହୁରୁ ଯୁବକେନ୍ଦ୍ରର ଯୁବ ନେତୃତ୍ୱ ଓ ଗୋଷ୍ଠୀ ଉନ୍ନୟନ ତାଲିମ ଶିବିର ଅନୁଷ୍ଠିତ…

ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ତଥା ବିଭାଗ ଦ୍ଵାରା ପରିଚାଳିତ ଗଞ୍ଜାମ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର ସୌଜନ୍ୟରୁ ସାନଖେମୁଣ୍ଡି ବ୍ଲକ ବଉଳଘାଇ ଠାରେ ଯୁବ ନେତୃତ୍ୱ ତଥା ସମ୍ପ୍ରଦାୟିକ ବିକାଶ ସମ୍ପର୍କୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି। କଉଡ଼ିଆ ପଞ୍ଚାୟତ ବଉଳ ଘାଇ ସ୍ଥିତ ଶ୍ରୀ ଗୁରୁଜୀ ଯୁବକ ସଙ୍ଘ ସହାୟତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଉଭୟ ସାନଖେମୁଣ୍ଡି ଓ ଶେରଗଡ଼ ବ୍ଲକର ୩ଶହରୁ ଉର୍ଦ୍ଧ ଯୁବପିଢୀ ଅଂଶଗ୍ରହଣ କରି ସାମ୍ପ୍ରତିକ ସ୍ଥିତିରେ ଯୁବ ସମାଜର ଭାଗିଦାରୀ ସମ୍ପର୍କୀୟ ଦାୟିତ୍ୱ ବୋଧ ଉପଲବ୍ଧି କରିଥିଲେ। ଶ୍ରୀ ଗୁରୁଜୀ ଯୁବକ ସଂଘ ସଦସ୍ୟ ଓ କର୍ମକର୍ତ୍ତା ସହ ମୁଖ୍ୟ ଅତିଥି ଭାବେ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ. ପ୍ରଫୁଲ୍ଲ କୁମାର ରାଉତ, ସମ୍ମାନୀୟ ଅତିଥି ଭାବେ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ଘନଶ୍ୟାମ ସେଠି ପ୍ରମୁଖଙ୍କ ସହ ନେହୁରୁ ଯୁବ କେନ୍ଦ୍ର ଗଂଜାମ ଜିଲ୍ଲା ସଂଯୋଜକ ଶ୍ରୀ ଅକ୍ଷୟ ଭାସ୍କର ନିପାନେ, କୋଷଧକ୍ଷ ଶ୍ରୀ ସୁଦାମ ଚରଣ ସାବତ ମଞ୍ଚାସିନ ରହି ଉପସ୍ଥିତ ଯୁବପିଢୀଙ୍କୁ ଭାରତୀୟ ସମ୍ବିଧାନର ବ୍ୟବସ୍ତାରେ ଥିବା ସେବାର ମହତ୍ତ୍ୱ ସହ ସମ୍ରଦାୟିକ ବିକାଶର ପରିପାଟିକୁ ନେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପିତ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବସଂଘ ତରଫରୁ ଶ୍ରୀ ସୋମନାଥ ସ୍ବାଇଁଙ୍କ ତତ୍ୱାବଧାନରେ କାହ୍ନୁ ଚରଣ ଭୂୟାଁ, କବିରାଜ ନାୟକ, ଦୀପକ କୁମାର ସ୍ୱାଇଁ, ପିଣ୍ଟୁ ସ୍ବାଇଁ, ନିକୁଞ୍ଜ ସ୍ବାଇଁ, କୁସୁମ କୁମାରୀ ଜେନା, ରିଙ୍କି ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।