ବଉଳପୁର ଗ୍ରାମରେ ଗଜଲକ୍ଷ୍ମୀ ପୂଜା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡାପଡା ବ୍ଲକ ଅନ୍ତର୍ଗତ ବଉଳପୁର ଗ୍ରାମରେ ମା ଗଜଲକ୍ଷ୍ମୀଙ୍କର ପୂଜା ମହାସମାରୋହରେ ପାଳିତ କରାଯାଉଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୧ଟି ସାହିରେ ମା’ ଲକ୍ଷ୍ମୀ ପୂଜା ପାଉଛନ୍ତି । ବିଶେଷ କରି କାରିଗର ସାହିର ପୂଜା ମଣ୍ଡପଟି ଭକ୍ତମାନଙ୍କୁ ଆକୃଷ୍ଟ କରିଛି । ଗଙ୍ଗାଧର ସ୍ୱାଇଁଙ୍କ ଦ୍ୱାରା ନିର୍ମିତ ସୁସଜ୍ଜିତ ତୋରଣଟି କରିବାରେ ସହାୟତା କରିଥିଲେ ଧନେଶ୍ୱର ବେହେରା, ଦୀପକ ବେହେରା, ଧର୍ମେନ୍ଦ୍ର ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ହିମାଂଶୁ ବେହେରା, ଶ୍ରୀକାନ୍ତ ବେହେରା, ସୁଶାନ୍ତ ସାହୁ । ଏହାସହ ପ୍ରତିଦିନ ସନ୍ଧ୍ୟାରେ ଉଠା ଦୋକାନ, ମନୋହରୀ, ଫାଷ୍ଟଫୁଡ, ଛୋଟ ପିଲା ମାନଙ୍କର ଖେଳନା, ଗୁପଚୁପର ମଜା ନେଉଛନ୍ତି ଭକ୍ତମାନେ ।

ରିପୋର୍ଟ : ଶୁଭମ କୁମାର ପାଣି