ବଙ୍ଗୀୟ ଗଣଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ଉଭୟ ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା..

ଭୁବନେଶ୍ୱର ( ଆକାଶ ମିଶ୍ର ) :  ରାଜ୍ୟରେ ଏପରି ଏକ ଘଟଣା ଘଟଛି ଯାହାକୁ ନେଇ ସାରା ରାଜ୍ୟର ମୁଣ୍ଡ ନଇଁ  ଯାଇଥିଛି  । ଜଣେ ବଙ୍ଗୀୟ ଯୁବତୀକୁ  ଅତି ନିର୍ମମ ଭାବେ ଗଣଦୁଷ୍କର୍ମ କରିବା ସହ ନିର୍ଯ୍ୟାତନା ଦିଆଯାଉଥିବା ଖବର ପାଇ କୋଣାର୍କ ପୋଲିସ ଉଦ୍ଧାର କରିଛି । କୋଣାର୍କରେ ଦୁଷ୍କର୍ମର ଶିକାର ହୋଇଥିବା ବେଙ୍ଗଲୀ ଦୁଷ୍କର୍ମ ପୀଡିତାଙ୍କୁ ଭେଟିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡାଙ୍କ ନେତୃ୍ତ୍ୱର ଏକ ଟିମ କୋଣାର୍କ ଯାଇ ପୀଡିତାଙ୍କୁ ଭେଟିଛନ୍ତି । ଏହାପରେ ବିଜେପି ମହିଳା କର୍ମୀ କୋଣାର୍କ ଥାନା ଏସଡିପିଓଙ୍କ ସହ ଆଲୋଚନା ବି  କରିଛନ୍ତି । ସେହିପରି କଂଗ୍ରେସ ମହିଳା ରାଜ୍ୟ ସଭାନେତ୍ରୀ ପୀଡିତାଙ୍କୁ ଭେଟିବା ସହ ପୁରୀ ଅତିରିକ୍ତ ଏସପି ଗାଗାରିନ ମହାନ୍ତିଙ୍କୁ ଭେଟିଛନ୍ତି । କଂଗ୍ରେସ ଅତିରିକ୍ତ ଏସପିଙ୍କ ବଦଳି ଦାବି କରିଛି । ସେପଟେ ଏସଡିପିଓଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ବେଙ୍ଗଲୀ ଯୁବତୀ ଜଣକ ବାରମ୍ବାର ବୟାନ ବଦଳାଉଥିବାରୁ ପୁଲିସ ତଦନ୍ତରେ ବାଧା ଉପୁଜୁଥିବା ଏସପି କହିଛନ୍ତି । କିଛି ଲୋକଙ୍କୁ ଅଟକ ରଖି କୋଣାର୍କ ପୁଲିସ ପଚରାଉଚରା କରୁଛି, ତଦନ୍ତ ଚାଲୁଛି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଗତକାଲି କୋଣାର୍କରେ କୋଲକତାର ଏକ ଯୁବତୀଙ୍କୁ ବନ୍ଦ କୋଠରୀ ଭିତରୁ ଉଦ୍ଧାର କରାଯାଇଥିଲା । ପ୍ରାୟ ୧୦ଜଣ ଯୁବକ ୪ଦିନ ଧରି ଗଣଦୁଷ୍କର୍ମ କରିଥିବା ନିଜେ ଯୁବତୀ ଜଣଙ୍କ କହିଥିଲେ । କୌଣସି ମତେ ଯୁବତୀ ଜଣକ ଛାତ ଉପରକୁ ଯାଇ ତାଙ୍କୁ ଉଦ୍ଧାର କରିବାକୁ ପାଟି କରିବା ପରେ ସ୍ଥାନୀୟ ଲୋକ ପୁଲିସକୁ  ଖବର ଦେଇଥିଲେ । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରୀଲ ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କରିଥିଲେ ବୋଲି ସୂଚନା ମିଲିଥିଲା ।