ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼:ବାତ୍ୟା ଓ ବନ୍ୟାର ସମ୍ଭାବନା …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡର ରୂପ ନେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଲଘୁଚାପ ବର୍ତ୍ତମାନ ଆଣ୍ଡାମାନ ସାଗରରୁ ୨୦ କିଲୋମିଟର ଦୂରରେ ଥିବା ବେଳେ ଚେନ୍ନାଇ ଠାରୁ ୧୩୨୦ କିମି ଦୂରରେ ଅଛି । ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନରେ ପରିଣତ ହୋଇ ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡର ରୂପ ନେବ ବୋଲି କୁହାଯାଇଛି । ୭୨ ଘଣ୍ଟା ମଧ୍ୟରେ ତାମିଲନାଡୁ-ଆନ୍ଧ୍ରପ୍ରଦେଶ ମଧ୍ୟରେ ଉପକୂଳ ଛଇଁବ ବୋଲି କୁହାଯାଇଛି । ସମ୍ଭାବ୍ୟ ଝଡ଼କୁ ଦୃଷ୍ଟିରେ ରଖି ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ସତର୍କ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ରିପୋର୍ଟ : ଶରତ ବେହେରା