
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଆସନ୍ତା କାଲି ଏହା ଲଘୁଚାପର ରୂପ ନେବ ବୋଲି ସୂଚନା ମିଳିଛି । ଆସନ୍ତା ୯ ତାରିଖ ସକାଳେ ଅବପାତ ପରେ ବାତ୍ୟାର ରୂପେ ପରିଣତ ହେବା ନେଇ ଆଶଙ୍କା ରହିଛି । ଏବେ ସୁଦ୍ଧା ଏହାର ଗତିପଥ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ସୃଷ୍ଟି ହେଲେ ଗତିପଥ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଏହି ବାତ୍ୟା ଏଭଳି ଭୟଙ୍କର ହେବ ଯେ, ନାହିଁ ନଥିବା କ୍ଷତି ଘଟାଇବା ବୋଲି କୁହାଯାଉଛି ।
ରିପୋର୍ଟ: ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା