ଭୁବନେଶ୍ୱର (ସମୃଦ୍ଧ ଓଡିଶା) କାଶ୍ମୀରର ପୁଲୱାମାରେ ହୋଇଥିବା ଜିହାଦି ଆତ୍ମଘାତି ବିସ୍ଫୋରଣରେ ପ୍ରାଣ ହରାଇ ସହୀଦ ହୋଇଥିବା ସାହସୀ ବୀର ଯବାନମାନଙ୍କ ଆତ୍ମାର ସଦଗତି ନିମନ୍ତେ ବରଙ୍ଗ ଦଳ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଛି । ଏହାସହ ପ୍ରାକିସ୍ତର ଜେହାଦି କାର୍ଯ୍ୟକଳାପର ଘୋର ନିନ୍ଦା କରିବା ସହ ପାକିସ୍ତାନ ପତାକା ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜିହାଦି ଇମ୍ରାନ ଖାଁର କୁଶ ପୁତ୍ତଳିକା ଦାହ କରାଯାଇଛି । ଅପରପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପାଇଁ ସର୍ବଦଳୀୟ ବୈଠକ ଡାକି ପାକିସ୍ତାନକୁ ଉଚିତ ଜବାବ ଦେବାକୁ ନିବେଦନ କରାଯାଇଛି । ଗତକାଲି ସୋସିଆଲ ମିଡିଆ ମାଧ୍ୟମରେ ଭାରତ ଭିତରେ ଥିବା ପାକିସ୍ତାନୀ ଜିହଦି ତତ୍ୱକାର ମନ୍ତବ୍ୟରୁ ଜଣାପଡ଼େ ଯେ ଭାରତରେ ମଦ୍ରାସା ଜେହାଦି ଶିକ୍ଷା ଦିଆଯାଉଥିବାର ସ୍ପଷ୍ଟ ପ୍ରମାଣ ମିଳେ । ସରକାର ଏସବୁ ମଦ୍ରାସାଗୁଡ଼ିକ ବନ୍ଦ କରିବା ସହ ମଦ୍ରାସାର ପାଠ୍ୟକ୍ରମକୁ ପରିବର୍ତନ କରାଯାଉ ନଚେତ ଆଗାମୀ ଦିନରେ ଭାରତ ବୃହତ ଗୃହଯୁଦ୍ଧର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି ବୋଲି ବଜରଙ୍ଗ ଦଳ ଭୁବନେଶ୍ୱର ଜିଲ୍ଲା ସଂଯୋଜକ ଦେବାଶିଷ ରାଉତ କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର