ବଜରଙ୍ଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶିମିଳିପାଳ ଚମ୍ପିୟାନ ବ୍ରଦର୍ସ କ୍ଲବ

ପାଲଲହଡା(ସମୃଦ୍ଧଓଡିଶା)ପାଲଲହଡା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଶିମିଳିପାଳ ଗ୍ରାମ ର ବଜରଙ୍ଗ କ୍ଳବ ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି , ଷୋହଳ ଗୋଟି ଦଳ କୁ ନେଇକି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା ଫାଇନାଲ ଖେଳ ବ୍ରଦର୍ସ କ୍ଲବ ତେଲକୋଇ ଏବଂ ଫପଣ୍ଡ କ୍ଲବ ପାଲଲହଡା ମଧ୍ୟରେ ହୋଇଥିଲା ନିର୍ଧାରିତ ସମୟ ମଧ୍ୟରେ କୌଣସି ଟିମ ଗୋଲ ସ୍କୋର ନ କରିବାରୁ ଅମିମାଂସିତ ରହିବାରୁ ଟ୍ରାଇବ୍ରେକର ମାଧ୍ୟମରେ ବ୍ରଡ଼ର୍ସ ଇଲେଭେନ ଚମ୍ପିୟାନ ହୋଇଥିଲା ଓ ଫପଣ୍ଡ ଫୁଟବଲ ଟିମ ରନର୍ସପ ହୋଇଛନ୍ତି ଫାଇନାଲ ଖେଳରେ ମୁଖ୍ୟ ଅତିଥି ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଯୁବ ସରପଞ୍ଚ ରମେଶ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରି ଚମ୍ପିୟାନ ଟିମ ଏବଂ ରନର୍ସପ ଟିମ କୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ , ଏହି ଖେଳକୁ ମୁଖ୍ୟ ରେଫରୀ ମଖମଲ ନାୟକ , ଜିତୁ ଗଡ଼ନାୟକ, ଟୁନା ନାଏକ ପ୍ରମୁଖ ପରିଚାଳନା କରିଥିଲେ ସମସ୍ତ ଗ୍ରାମବାସୀ ବଜରଙ୍ଗ କ୍ଲବ ସଦସ୍ୟ ଦର୍ଶକ ମାନଙ୍କୁ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରଧାନ ସୁ ପରିଚାଳନା ପାଇଁ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଥିଲେ

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *