
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ତାରସିଂ ଥାନା ଅଧିନ ଗାଲେରି ଫାଣ୍ଡି ଅନ୍ତର୍ଗତ ବିଦାଙ୍ଗୀ ଗ୍ରାମର ଶରତ ନାୟକ (୬୧) ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଆଜି ଖରାବେଳେ ଛେଳିପଲ ଚରାଇବା ନିମନ୍ତେ ଶରତ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖକୁ ଯାଇଥିଲେ । ହେଲେ ଅପରାହ୍ନ ୪ଟା ସମୟରେ ଭୀଷଣ ମେଘ ପବନ ସାଙ୍ଗକୁ ବଜ୍ରପାତ ହେବାରୁ ସେ ଘରକୁ ଫେରିନଥିଲେ । ଫଳରେ ପୁଅ ନଣ୍ଡା ନାୟକ ଖୋଜା ଖୋଜି କରିବା ପରେ ଗ୍ରାମ ନିକଟରେ ଏକ ଗଛ ମୂଳେ ତାଙ୍କ ବାପା ପଡିଥିବାର ଦେଖିଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।
ରିପୋର୍ଟ – ନିଲୁ ବିଷୋୟୀ