
ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର ସ୍ୱଗତ ବିଶ୍ୱନାଥ ଦାସଙ୍କ ପୁଅ ତ୍ରିନାଥ ଦାସ (୬୧) ବଜ୍ରଘାତରେ ମୁତ୍ୟ ଘଟିଛି । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ସମୟରେ ତ୍ରିନାଥ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ୍ ମେଘ ପବନ ହେବା ସହ ବଜ୍ରାଘାତ ଘଟିବାରୁ ସେ ଘଟଣା ସ୍ଥଳରେ ହିଁ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସ୍ଵର୍ଗତ ଦାଶ ଜଣେ ଧର୍ମ ପରାୟଣ ବ୍ୟକ୍ତି ହୋଇଥିବା ବେଳେ ତାଙ୍କରି ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ : ନିଲୁ ବିଷୋୟୀ