ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଜୋର ପବନ ବହିବାରୁ ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପୋଡ଼ା ଗ୍ରାମର ଜଣେ ଚାଷୀଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ପେଣ୍ଠ ସାହିର ବୁଲୁ ଖଟେଇ (୩୦) ବୋଲି ଜଣାପଡିଛି । ବୁରୁପୋଡ଼ା ଗ୍ରାମର ସୁଦାମ ଖଟେଇ ଓ ତାଙ୍କ ସାନ ପୁଅ ବୁଲୁ ମିଶି ପରିବା କ୍ଷେତକୁ କାମ କରିବାକୁ ଯାଇଥିଲେ । ବାପା ଘରକୁ ଫେରି ଥିବା ବେଳେ ପୁଅ ଚାଷ ଜମିରେ କାମ କରୁଥିବା ବେଳେ ବ୍ରଜପାତ ଘଟିବାରୁ ପୁଅ ଚାଷ ଜମିରେ ମୃତ୍ୟୁ ବରଣ କରିଥିଲା । ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ତହସିଲଦାର ଗୋପିନାଥ କୁଅଁର ଘଟଣା ସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଅଞ୍ଚଳ ଶେରଗଡ଼ ଥାନା ଅଧିନରେ ରହିଥିବା ଯୋଗୁଁ ଶେରଗଡ଼ ଥାନକୁ ଖବର ଦିଆଯାଇଥିଲା । ଶେରଗଡ଼ ଥାନା ଆଇଆଇସି ରମେଶ ଚନ୍ଦ୍ର ଦାଶ ଓ ତହସିଲଦାର ଡ଼ଃ. କୃପାସିନ୍ଧୁ ପରିଡ଼ା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ଶେରଗଡ଼ ଥାନାରେ ନଂ- ୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି ।
ରିପୋର୍ଟ : କିରଣ କୁମାର ପଟ୍ଟନାୟକ