ବଡ଼ଗଡ଼ ସରକାରୀ ହସ୍ପିଟାଲର ଅବ୍ୟବସ୍ଥା ନେଇ ଶିବସେନାର ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟଙ୍କୁ ଦେଲେ ଦାବୀପତ୍ର …..

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ବହୁଦିନ ହେଲା ଅବ୍ୟବସ୍ତାରେ ଗତି କରୁଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହି ସରକାରୀ ହସ୍ପିଟାଲ ଉପରେ ସୋରଡ଼ା ବ୍ଲକର ଦଶଟି ପଞ୍ଚାୟତ ଓ ଗଜପତି ଜିଲ୍ଲା ମୋହନା ବ୍ଲକର ଦୁଇ ଶହ ପଚାସଟି ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି । ଦିର୍ଘଦିନ ଧରି ଏହି ମେଡିକାଲ ଉପରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନଜର ପଡୁ ନ ଥିବାରୁ ସର୍ବନିମ୍ନ ମୌଳିକ ସୁବିଧା ମିଳୁନାହିଁ । ଫଳରେ ଏହାର ପତିବାଦ କରି ୮ ଦଫା ଦାବି ନେଇ ସୋରଡ଼ା ବ୍ଲକର ଶିବସେନା ପକ୍ଷରୁ ଆଜି ବ୍ରହ୍ମପୁରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବି ପତ୍ର ଦିଆଯାଇଛି । ସେମାନେ ଏକ ଶୋଭାଯାତ୍ରାରେ ଆସି ଦାବିପତ୍ର ଦେଇଛନ୍ତି ।