
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମାବ୍ଲକ ଅନ୍ତର୍ଗତ ବଡ କଳାକୋଟ ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋର ଧରିଥିବା ଜଣାଯାଇଛି । ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକମାନଙ୍କୁ ନେଇ ବିଭିନ୍ନ କୌଶଳ ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମ ଜୋର କରିଛନ୍ତି । ଏହି ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ବିଭିନ୍ନ ଦଳର ୪ଜଣ ସମର୍ଥିତ ପ୍ରାର୍ଥୀ ରହିଥିବା ବେଳେ ପଞ୍ଚାୟତ ଅଞ୍ଚଳରେ ସମର୍ଥନ ଓ ପ୍ରଚାର କ୍ଷେତ୍ରରେ ସର୍ବ ଆଗରେ ରହିଛନ୍ତି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ତଥା ପୂର୍ବତନ ସମିତି ସଭ୍ୟ ଓ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ବେର୍ଣ୍ଣିକ ଗମାଙ୍ଗ । ବେର୍ଣ୍ଣିକ ଗମାଙ୍ଗ ଜଣେ କର୍ତ୍ତବ୍ୟ ନିଷ୍ଠା, ମେଳାପୀ ଓ ତାଙ୍କ ସମିତିସଭ୍ୟ ଓ ବ୍ଲକ ଉପାଧ୍ୟକ୍ଷ ଥିବା କାର୍ଯ୍ୟକାଳ ସମୟରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଥିବା ଯୋଗୁଁ ପଞ୍ଚାୟତ ବାସୀ ପୁନର୍ବାର ବେର୍ଣ୍ଣିକ ଗମାଙ୍ଗଙ୍କୁ ସମିତିସଭ୍ୟ ଆସନ ପାଇଁ ନିର୍ବାଚନ ବେଳେ ବହୁ ଭୋଟ ଦେଇ ବିଜୟୀ କରାଇବାକୁ ପଞ୍ଚାୟତ ବାସୀ ପୂର୍ବରୁ ହିଁ ନିଷ୍ପତ୍ତି ନେଇ ସାରିଥିବା କହିଛନ୍ତି । ଅନ୍ୟପକ୍ଷ’ରେ କୋଣସି ପ୍ରକାର କାହାର ହେଲେ ମିଥ୍ୟା ପ୍ରତିଶ୍ରୁତି କି ଅର୍ଥ ଲାଳସାର ବଶବର୍ତ୍ତୀ ନ ହୋଇ ଆମେ ବେର୍ଣ୍ଣିକ ଗମାଙ୍ଗଙ୍କୁ ବହୁ ଭୋଟ ଦେଇ ଜିଟାଇବୁ ବୋଲି ବିଭିନ୍ନ ଗ୍ରାମର ଅଧିବାସୀମାନେ କହିଛନ୍ତି । ସେହିଭଳି ସମିତିସଭ୍ୟ ପ୍ରାର୍ଥୀ ବେର୍ଣ୍ଣିକ ଗମାଙ୍ଗ ମଧ୍ୟ କହିଛନ୍ତି ଯେ, ଗତ ୨୦୧୨ରୁ ୨୦୧୭ ମଧ୍ୟରେ ଏ ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ଗୁମ୍ମା ବ୍ଲକର ଉପାଧ୍ୟକ୍ଷ ପଦବୀରେ ଥିଲି । ସେତେବେଳେ ମୁଁ ଏହି ପଞ୍ଚାୟତ ଅଞ୍ଚଳ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଛି । ପଞ୍ଚାୟତ ଅଞ୍ଚଳ ବିଭିନ୍ନ ଗ୍ରାମକୁ ରାସ୍ତା, ପିଏମଜିଏସୱାଇରେ ରାସ୍ତା, ମୋବାଇଲ ଟାୱାର ସ୍ଥାପନ ଓ ପାନୀୟଜଳ ବ୍ୟବସ୍ଥା କରିଥିଲି । ବର୍ତ୍ତମାନ ଚଳିତ ନିର୍ବାଚନରେ ମୁଁ ସମିତସଭ୍ୟ ଆସନରେ ବିଜୟୀ ହେଲେ ବାଟବଣା ହୋଇ ଯାଉଥିବା ଉନ୍ନୟନ ଯୋଜନା କାର୍ଯ୍ୟ ସବୁକୁ ଲୋକଙ୍କ ଠାରେ ପହଞ୍ଚାଇବି । ପଞ୍ଚାୟତ ବାସୀ ସେ ସବୁର ସୁବିଧା ଯେଭଳି ପାଇବେ, ସେ ଦିଗରେ ଚେଷ୍ଟା ଜାରି ରଖିବି ବୋଲି କହିଥିଲେ ବେର୍ଣ୍ଣିକ ଗମାଙ୍ଗ ।
ରିପୋର୍ଟ : କୃଷ୍ଣ କୁମାର ବେହେରା