ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବଡ଼ବଜାର ନିକଟସ୍ଥ ସଂକର ପୁର ସାହିର ଶ୍ରୀ ଶିବ ଶଙ୍କର ମନ୍ଦିର ପରିସରରେ ଆଜି ବଡ ବଜାର ପଟ୍ଟା ରିକ୍ସା ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଭାରତୀୟ ରାଷ୍ଟ୍ରୀୟ ମଜଦୁର ସଂଘର ଜିଲ୍ଲା ସଭାପତି ପୀତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଛି । ଏଥିରେ ଆସନ୍ତା ଅଗଷ୍ଟ ମାସରେ ଏକ ପୂର୍ଣ୍ଣଙ୍ଗ ବୈଠକ ଡାକି ସାଙ୍ଗଠନିକ ସ୍ଥରରେ ଅଦଳ ବଦଳ କରାଯିବାକୁ ନିଷ୍ପତ୍ତି ନେବା ସହ ରାଜ୍ୟ ସରକାର ପଟ୍ଟା ରିକ୍ସା ସଂଘର ସଭ୍ୟଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା, ରିକ୍ସା ସଂଘକୁ ପାରକିଙ୍ଗ ସୁବିଧା ଯୋଗାଇଦେବାକୁ ଦାବୀ କରାଯାଇଛି । ଏହାସହ ପଟ୍ଟା ରିକ୍ସା ଚାଳକମାନଙ୍କୁ ପୌର ପରିଷଦ ତରଫରୁ ପରିଚୟ ପତ୍ର ପ୍ରଦାନ କରାଯିବାକୁ ମଧ୍ୟ ଦାବୀ କରାଯାଇଛି । ଏହି ବୈଠକରେ ଆଇନ ଉପଦେଷ୍ଟା ବସନ୍ତ କୁମାର ପାତ୍ର, ଲକ୍ଷ୍ମଣ ରାଓ, ନୀଳା ପଣ୍ଡା, ରବି ଗୌଡ଼, କାଳୁ ସାହୁ, ପ୍ରଭାକର ସାହୁ, ଭାଗ୍ୟ ଦାସ, ଶିବ ନାୟକ, ରାମେଶ ବାଡ଼ତ୍ୟା, ଶିଶିର ପ୍ରଧାନ, ସୁରି ବେହେରା, କେଦାର ବେହେରା, ଭୈରବ ପାଇକ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା