ବଢୁଛି ତାତି : ଗ୍ରୀଷ୍ମ ପ୍ରବାହକୁ ଆଖି ଦୃଷ୍ଟିରେ ରଖି ଚଳିତ ମାସ ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବର୍ତ୍ତମାନ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ତାପମାତ୍ରା ଅଧିକରୁ ଅଧିକ ହେବାରେ ଲାଗିଥିବା ଯୋଗୁଁ ଘରୁ ବାହାରିବାକୁ ଡରୁଛନ୍ତି ଜନସାଧାରଣ । ବିଭିନ୍ନ ସହରରେ ତାପମାତ୍ରା ୪୦କୁ ଛୁଇଁଲାଣି । ଖରାକୁ ଆଖି ଦୃଷ୍ଟିରେ ରଖି ଚଳିତ ମାସ ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଠିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁ ପଦ ସେଠୀ ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ମେ ପହିଲାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା କରାଯାଇଥିବା ବେଳେ ଚଳିତ ବର୍ଷ ଗ୍ରିଷ୍ମ ପ୍ରବାହକୁ ଦେଖି ଆଗୁଆ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ।   

ରିପୋର୍ଟ : ଆକାଶ ମିଶ୍ର