ବନବିହାର କାର୍ଯ୍ୟକ୍ରମ, ସାରସ୍ୱତୀ ଶିଶୁ ମନ୍ଦିର ଗେଙ୍ଗୁଟିଆ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାରସ୍ୱତୀ ଶିଶୁ ମନ୍ଦିର ଗେଙ୍ଗୁଟିଆର ଦ୍ୱିତୀୟ ପର୍ଯ୍ୟାୟ ବନବିହାର ଓଡ଼ାପଡ଼ା ବ୍ଲକ ଅଧୀନସ୍ଥ ଶଙ୍କର ପ୍ରତାପ ପୁରା ଶିବ ମନ୍ଦିର ପ୍ରାଙ୍ଗଣରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନବିହାରରେ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ବିଦ୍ୟାଳୟର ୨୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ , ୨ଜଣ ସେବିକା, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ. ବିଦ୍ୟାଳୟର ବିଦ୍ୟୁତ ପରିଷଦର କର୍ମକର୍ତ୍ତା ଏବଂ ବିଦ୍ୟାଳୟର ଶୁଭେଛୁଙ୍କ ସହିତ ମନ୍ଦିରର ମୁଖ୍ୟ ପୁରୋଧା ଶ୍ରୀଯୁକ୍ତ ବିରଞ୍ଚୀ ନାରାୟଣ, ଶତପଥୀ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ମିଶ୍ର କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ ପାଣି