”ବନ୍ଦେ ଉତ୍କଳ ଜନନୀ” ଗାନରେ କମ୍ପି ଉଠିଲା ଶେରଗଡ଼ ବ୍ଲକର ଡେଙ୍ଗାପଦର ପଞ୍ଚାୟତ…

ଶେରଗଡ଼ (ସମୃଦ୍ଧ ଓଡ଼ିଶା) କୋରାନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ ଓ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶେରଗଡ ବ୍ଳକ ଡେଙ୍ଗାପଦର ଗ୍ରାମପାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଆଜି ଏକ ନିଆରା ରୂପରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରଥମେ ଏହି କେନ୍ଦ୍ରରେ ଗ୍ରାମର ସରପଞ୍ଚ ରାମକୃଷ୍ଣ ପୋଲାଇ ଆସି କାର୍ଯ୍ୟକ୍ରମର ଆଗାମୀ ସୂଚନା ଦେଇଥିଲେ ଓ ଏହି ମହାନ ଲେଖକଙ୍କ ସଂଗୀତର ପ୍ରତ୍ୟେକଟି ଭାଷା, ସଂସ୍କୃତି ଓ ମହତ୍ତ୍ୱ ବୁଝେଇଥିଲେ । ଠିକ ୫:୩୦ ମିନିଟ ସମୟରେ ଏହି କାର୍ଯ୍ୟକ୍ରମ ବା ସଂଗୀତ ଏକ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବାଜିଥିଲା, କେନ୍ଦ୍ରରେ ସମସ୍ତ ପ୍ରବାସୀ ଭାଇ ଓ ଭଉଣୀମାନେ ଉପସ୍ଥିତ ରହି ସଂଗୀତ ଗାନ କରିଥିଲେ ଓ ଶେଷରେ କରତାଳି ମାରି “ଭାରତ ମାତା କି ଜୟ” ନାରାଦେଇ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରାମକୃଷ୍ଣ ପୋଲାଇ, ନୋଡାଲ ଅଫିସର ତଥା ପିଇଓ ଅଜିତ କୁମାର ମହାନ୍ତି, ଜିଆରଏସ ବାଳକୃଷ୍ଣ ରଣା, ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ପଣ୍ଡା, ଶିକ୍ଷକ ଗିରିଜା ଶଙ୍କର କୁଣ୍ଡୁ, ବରିଷ୍ଠ ଶିକ୍ଷକ କିଶୋର କୁମାର ପାଣିଗ୍ରାହୀ, ସମାଜସେବୀ ଶ୍ୟାମସୁନ୍ଦର ପ୍ରଧାନ, ପ୍ରକାଶ ରଣା, ସ୍ଵେଚ୍ଛାସେବୀ ବିଦ୍ୟାଧର ପୋଲାଇ, କାଳୁ ଚରଣ,ବିପ୍ଳବ ସେଠୀ, ଶଙ୍କର ବାଡ଼ତ୍ୟା, ମହେଶ୍ୱର ସ୍ୱାଇଁ, ରୀଙ୍କୁନ, ତୋଫାନ ସେଠୀ, କାଳୀଚରଣ ନାହାକ, ସୀମାଞ୍ଚଳ ସେଠୀ, ସଂଗ୍ରାମ ସେଠୀଙ୍କ ସମତେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ-ବିପ୍ଳବ ସେଠୀ