ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାତ୍ରପୁର ବ୍ଲକ ଅନ୍ତର୍ଗତ ପାତ୍ରପୁର ପଞ୍ଚାୟତର ବମକୋଇ ଗ୍ରାମରେ କରୋନାର ଭୟାଭୟତା ଦେଖା ଦେଇଥିବା ଜଣାପଡିଛି । ପ୍ରାୟ ୧୨ ଜଣଙ୍କର ପଜେଟିଭ ଦେଖାଯାଇଥିବା ବେଳେ ଗ୍ରାମର ବହୁ ଲୋକ ଜୋରରେ ପୀଡିତ ଥିବା ସୂଚନା ଆସୁଛି । ଏକାଧିକ ଲୋକ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଗ୍ରାମକୁ ଏପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉ ନାହିଁ କି କଂଟ୍ରାକଟ ଟ୍ରାକିଙ୍ଗ କରାଯାଇ ଗ୍ରାମର ଅନ୍ୟମାନଙ୍କୁ ଟେଷ୍ଟ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି । ଏହାସହ ବିଜେପି ଗଞ୍ଜାମ ଜିଲ୍ଲା ପକ୍ଷରୁ ଦାବି କରାଯାଇଛି ଯେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଧ୍ୟାନ ଦେଇ ଏହି ଗ୍ରାମକୁ ଏକ ସ୍ୱତନ୍ତ୍ର ଡାକ୍ତରି ଦଳ ପଠାଇବା ସହ ପୁରା ଗ୍ରାମକୁ ସାନିଟାଇଜେସନ କରାଯାଉ ଏବଂ ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ବିତରଣ କରାଯାଉ ନଚେତ ଯୋଉ ଭୟାଭୟ ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବ ବୋଲି ବିଜେପିର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା