ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପାଦରେ ନିଯୁକ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଶ୍ରୀ ଦାସ ତାଙ୍କର ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଟିଟିଲାଗଡ଼, ନୟାଗଡ଼, ବାଙ୍କୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼ ଆଦି ସ୍ଥାନରେ ଲୋକ ସମ୍ପର୍କ ଅଧିକାରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ସୂଚନା ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ଜଣେ ସୁଲେଖକ, ସୁବକ୍ତା, ସଂଗଠନ ଓ ସାହିତ୍ୟିକ ଭାବେ ସୁପରିଚିତ ବୋଲି ପଠାଣି ରାଉତ ସୂଚନା ଅଧିକାରୀ ଜଣାଇଛନ୍ତି ।