ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ଉଦୟଗିରି ଥାନା ଇଲାକାରେ ଘଟିଯାଇଛି ଅଘଟଣ । ଜିରଙ୍ଗ ଗ୍ରାମର ଦୁଇ ବନ୍ଧୁ ଅନାମ ବଡ଼ରଇତ ଓ ଅନନ୍ତ ବଡ଼ରଇତ ବାରାହା ଶୀକାର ପାଇଁ ନିକଟସ୍ଥ ହାତିମୁଣ୍ଡା ଜଙ୍ଗଲକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ । ବାରାହା ଶିକାର ପାଇଁ ଅନାମଙ୍କ ବନ୍ଧୁକରୁ ବାହାରିଥିବା ଗୁଳି ବାରାହା ଦେହରେ ବାଜିବା ବଦଳରେ ଅନନ୍ତଙ୍କ ଦେହରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ଅନନ୍ତ ଓ ତାଙ୍କର ମୃତ୍ୟୁ ହୋଇଥିଲା । ଅନନ୍ତଙ୍କ ଶବକୁ ଆର ଉଦୟଗିରି ଥାନା ପୋଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଗୁଳି ଚଲାଇଥିବା ଅନାମଙ୍କୁ ପୋଲିସ ଗିରଫ କରିବା ସହ ବନ୍ଧୁକକୁ ଜବତ କରି ତଦନ୍ତ ଜାରି ରଖିଛି । ଗିରଫ ଅନାମଙ୍କ ବନ୍ଧୁକରୁ ଗୁଳି ଭୁଲ ବଶତଃ ବାହାରିଥିଲା ଅଥବା ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଏନେଇ ପୋଲିସ ସନ୍ଦେହ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ଆର ଉଦୟଗିରି ଏସ ଡି ପି ଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା