ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବରିଷ୍ଠ ଆନ୍ତର୍ଜାତୀକ ଦିବସ ପାଳିତ ହେଉଛି । ଜଳେଶ୍ୱରର ବରିଷ୍ଠ ନିଗରିକମାନେ ମଧ୍ୟ ଅନ୍ୟବର୍ଷରେ ପାଳନ କରିଆସୁଥିବା ବେଳେ ଚଳିତବର୍ଷ କରୋନା ସଚେତନତା ଦିବସରୂପେ ପାଳନ କରିଛନ୍ତି । ଦିଗମ୍ବରୀଦେବୀ ଶିଳ୍ପ ତାଲିମ କେନ୍ଦ୍ରରେ ଆୟୋଜିତ କରୋନା ସଚେତନତା ଦିବସ ଦିଲ୍ଲିପ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ବରିଷ୍ଠ ନିଗରିକ ସମାଜର ମେରୁଦଣ୍ଡ ହୋଇଥିବା ବେଳେ ଆଜି ଅଲୋଡା ଓ ଅସହାୟ ଭାବେ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କ ପ୍ରତି ସରକାରୀଭାବେ ଥିବା ସୁବିଧା ସୁଯୋଗ କେଉଁଠିବି ମିଳୁନାହିଁ । ଅନ୍ୟପକ୍ଷରେ କରୋନା ମହାମାରୀରେ ବିଶ୍ୱ ଥରହର ହେଉଥିବା ବେଳେ ଲକ୍ଡାଉନ୍, ସଟ୍ ଡାଉନ, କଣ୍ଟେନ୍ମେଣ୍ଟ ଇତ୍ୟାଦି ଘୋଷଣା ପରେ ମଧ୍ୟ କରୋନା କାୟାବିସ୍ତାର କରିଚାଲିଛି । ଗୋଟିଏ ପରିବାରରେ ଜଣେ ବରିଷ୍ଠ ନାଗରିକ ସଚେତନ ହେଲେ ସେ ପରିବାର ମଧ୍ୟ ସଚେତନତା ଶିକ୍ଷା କରିପାରେ । ଆଜିର ବୈଠକରେ ଉପସ୍ଥିତ ପ୍ରତ୍ୟେକେ କିପରି କରୋନା ସଚେତନତାର ହାତ ବଢାଇ ଆସିଛନ୍ତି ସେ ସଂପର୍କରେ ପ୍ରକାଶ କରିବା ସହିତ ଆଗାମୀ ଦିନରେ ମଧ୍ୟ ସଚେତନତା ଜାରି ରଖିବେ ବୋଲି କହିଛନ୍ତି । ରାଜାରାମ କରସର୍ମା, ଲିଆପିର ସଭାପତି ଭାସ୍କର ମିଶ୍ର, ସୀତାଂଶୁ ସେନପତି, ଜିତାଂଶୁ ନନ୍ଦୀ, ସୁମନ୍ତ ଘୋଷ, ସୁନିଲ ଗିରି, ନିଳମଣି ପ୍ରଧାନ, ରାମଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଅଜିତ୍ କୁମାର ମହାନ୍ତି ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।