ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଂପ୍ରତି ସମାଜରେ ସନ୍ତାନ ମାନଙ୍କ ଅବହେଳା ଯୋଗୁଁ ପିତା ମାତାଙ୍କ ଶେସ ଜୀବନ ଅତି ଯନ୍ତ୍ରଣା ମୟ ହୋଇପଡିଛି । ନିଜ ଭବିଷ୍ୟତ ମଙ୍ଗଳମୟ ନିମନ୍ତେ ଭଗବାନଙ୍କୁ ପୂଜା ଅର୍ଚ୍ଚନା ଅପେକ୍ଷା ନିଜ ଚଳନ୍ତି ଦେବତା ସଦୃଶ୍ୟ ପିତା ମାତାଙ୍କ ସେବା କଲେ ଅଧିକ ଆଶ୍ରିବାଦ ପ୍ରାପ୍ତି ହେବ । ସେହିପରି ସମାଜର ମଧ୍ୟ ବରିଷ୍ଠ ନାଗରିକଙ୍କ ପ୍ରତି ଅଧିକ ଗୁରୁ ଦାୟିତ୍ଵ ରହିଛି, ଆସନ୍ତୁ ସମସ୍ତେ ମିଳିମିଶି ଆନ୍ତରିକତାର ସହ ନିଜ ଅଞ୍ଚଳରେ ଥିବା ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ ସହଯୋଗ କରିବା ନିମନ୍ତେ ଆଗେଇ ଆସିବା ଉଚିତ ବୋଲି ଆଜି ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଗୁଡ଼ଶେଡ ରୋଡ଼ ସ୍ଥିତ ବିଶ୍ୱ ନିକେତନ ଜରା ନିୱାସ, ବ୍ରହ୍ମପୁର ଶାଖା ପରିସରରେ “ବରିଷ୍ଠ ନାଗରିକଙ୍କ ପ୍ରତି ସମାଜର କର୍ତ୍ତବ୍ୟ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନ୍ ସଂଘ ସଭାପତି ସମାଜସେବୀ ସୁଶାନ୍ତ କୁମାର ସାବତ ଆହ୍ଵାନ ଦେଇଥିଲେ । ମହିଳା ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବୀପ୍ରଭା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଚଳିତ ମାସରେ ବିଶ୍ଵ ନିକେତନ ରାମଚନ୍ଦ୍ରପୁର ଆଶ୍ରମରେ ଆଉ ୧୦ ଜଣ ବୃଦ୍ଧ ଓ ବ୍ରହ୍ମପୁର ଶାଖାରେ ୧୦ ଜଣ ବୃଦ୍ଧାଙ୍କୁ ଆଶ୍ରୟ ଦେବା ନିମନ୍ତେ ନିଷ୍ପତି ହୋଇଥିବା ସମ୍ପାଦକ ସୂଚନା ଦେଇଥିଲେ । ତତ୍ ସଙ୍ଗେ ଅତି ଶୀଘ୍ର ଏକ ଉଚ୍ଚ କୋଟୀର ଜରା ନିବାସ ନିର୍ମାଣ କରାଯିବ ବୋଲି ନିଷ୍ପତି ହୋଇଥିଲା । ପ୍ରକାଶ ଥାଉକି ମହାନ୍ ସଂଘ ପକ୍ଷରୁ ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ରପୁର ଠାରେ ନିଜସ୍ଵ ପ୍ରଚେଷ୍ଟାରେ ଦୀର୍ଘ ୧୧ ବର୍ଷ ଧରି ଜରା ନିବାସ ନିର୍ମାଣ କରି ବହୁ ବୃଦ୍ଧ ବୃଦ୍ଧାଙ୍କୁ ଆଶ୍ରୟ ଦେବା ସହ ଆପୋଷ ବୁଝାମଣା ମାଧ୍ୟମରେ ପିତା ମାତାଙ୍କ ସହ ପୁଅ ଝିଅଙ୍କ ମିଳନ କରି ଆସୁଛନ୍ତି । ବ୍ରହ୍ମପୁରଠାରେ କେବଳ ବୃଦ୍ଧାଙ୍କ ଆଶ୍ରୟ ନିମନ୍ତେ ବିଶ୍ୱ ନିକେତନ ଶାଖା ଆରମ୍ଭ କରାଯାଇଥିବାରୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି । ଆଜିର ଆଲୋଚନା ଚକ୍ରରେ ସାଧାରଣ ସମ୍ପାଦକ ପ୍ରସାନ୍ତ ପାତ୍ର, ବିଶ୍ଵ ନିକେତନ ସମ୍ପାଦକ ରୂପକାନ୍ତ ସାମନ୍ତରା, ବ୍ରହ୍ମପୁର ଶାଖା ସମ୍ପାଦିକା ଶ୍ରୀମତୀ ଲିଲି ସାବତ, ହରିପ୍ରସାଦ ମାଲାନା, ଗୋଦାବରୀ ଦାଶ, ପ୍ରକାଶ ପାତ୍ର, ପ୍ରକାଶ ବାଜନି, ଭାରତୀ ପାତ୍ର, ଗୀତା ପଣ୍ଡା, ନମିତା ରାଣୀ ରାଉତ, ଇ. ପ୍ରଫୁଲ୍ଲ ପାତ୍ର, ପ୍ରଦୀପ ପଣ୍ଡା, ଶ୍ରୀମତୀ ନଳିନୀ ସାହୁ, ସଞ୍ଜୟ ମାଝୀ, ଅନନ୍ତ ପ୍ରଧାନ, ଟି. ବଳରାମ ଓ ପି. ରାମ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା