ଜଳେଶ୍ୱର (ସମୃଦ୍ଧ ଓଡିଶା) ନବଗଠିତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଜଳେଶ୍ୱର ଇନ୍ ସମ୍ମିଳନୀ କକ୍ଷରେ ଆନ୍ତର୍ଜତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦିଲ୍ଲିପ ଗିରି ଅଧ୍ୟକ୍ଷତା କରିଥିବା ବେଳେ ଡ. ଶ୍ରୀକାନ୍ତ ଚରଣ ପାତ୍ର, ମୁଖ୍ୟ ବକ୍ତା ଭାବେ ରାଜାରାମ ସର୍ମା ଯୋଗଦେଇ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ ଓ ଆଦର କମୁଥିବାରୁ ତାହା ଉଦବେଗର ବିଷୟ ବୋଲି କହିଥିଲେ । ସମ୍ମାନୀତ ଅତିଥି ରୂପେ ଡ. ଲଳିତ ରଂଜନ ସେନାପତି, କପିଳେଶ୍ୱର ମହାନ୍ତି, ସିଦେ୍ଧଶ୍ୱର ପଣ୍ଡା, ଜିତାଂଶୁ ନନ୍ଦୀ, ଅପର୍ଣ୍ଣା ଚୌଧୁରୀ, ଶ୍ରୀମନ୍ତ ଘୋଷ, ଭାଗବତ ପରିଡା, ସିତାଂଶୁ ସେନାପତି, ଶରତ ଚନ୍ଦ୍ର ପରିଡା, ସୁନିଲ କୁମାର ଗିରି, ସୁବ୍ରତ ବେରା, ବନମାଳୀ ଧଳ, ଖଗେନ୍ଦ୍ର ସାହୁ, ପ୍ରଫୁଲ୍ଲ ସୁର, ରଘୁନାଥ ଦିନ୍ଦା, ରବିନ୍ଦ୍ର ନାଥ ସେନାପତି ପ୍ରମୁଖ ବକ୍ତବ୍ୟ ରଖି ବରିଷ୍ଠ ନାଗରିକ ମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜନ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଭାସ୍କର ଚନ୍ଦ୍ର ମିଶ୍ର ମଞ୍ଚ ଆହ୍ୱାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା