ବରିଷ୍ଠ ସାହିତ୍ୟିକ ଡ଼ା.ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ସ୍ୱନାମଧନ୍ୟ ଲେଖକ, ବାଗ୍ମୀ, ବରିଷ୍ଠ ଭେଷଜବିତ, ସାହିତ୍ୟିକ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଗେଟବଜାରସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ପୂର୍ବାହ୍ନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବୟୋଜ୍ୟେଷ୍ଠ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ପ୍ରଫେସର ଡ଼ା.ପି.ସି. ସାହୁ, ମୁଖ୍ୟବକ୍ତା ଭାବେ ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ପଣ୍ଡିତ ବିଶ୍ୱନାଥ ଶତପଥୀ ପ୍ରମୁଖ ଯୋଗଦେଇ ଡ଼ାକ୍ତର ସ୍ୱାଇଁଙ୍କ ଆଦର୍ଶ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ସେ ଉଚ୍ଚକୋଟୀର ସାହିତ୍ୟ ସର୍ଜନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି ବୋଲି କହିଥିଲେ । ପ୍ରତିଷ୍ଠାନର ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତା ରାମକୃଷ୍ଣ ପାତ୍ର, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଡ଼ା. ଶଙ୍କର୍ଷଣ ପାତ୍ର, କୃଷ୍ଣଚନ୍ଦ୍ର ଦାସ, ଦୀନବନ୍ଧୁ ଶ୍ରୀପଲ୍ଲବ, ବନ୍ଦନା ମହାପାତ୍ର, ରଜନୀକାନ୍ତ ପାଢ଼ୀ, ସୁଶାନ୍ତ କୁମାର କର, ଚିନ୍ମୟ ରଞ୍ଜନ ମିଶ୍ର, ନଳିନୀକାନ୍ତ ଗୌଡ଼, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ଲାଲବାହାଦୁର ପଟ୍ଟନାୟକ, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଡ଼ାକ୍ତର ସ୍ୱାଇଁଙ୍କ ସ୍ମୃତିଚାରଣ କରିଥିବା ବେଳେ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଇଂ. ପ୍ରଫୁଲ କୁମାର ତ୍ରିପାଠୀ, ବୃନ୍ଦାବନ ବାଡ଼ତ୍ୟା, ଶିବ ସୁନ୍ଦର ରଥ, ପଦ୍ମିନୀ ମିଶ୍ର, ସୁଧାଞ୍ଜଳି ମିଶ୍ର, ପ୍ରମିତା ପଣ୍ଡା, ଆର.ସୁନନ୍ଦା ଚୌଧୁରୀ, ବିଜୟ କୁମାର ପାଢ଼ୀ ପ୍ରମୁଖ କବିତା ପାଠ କରି ସ୍ୱର୍ଗତ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ଡ଼ା. ସ୍ୱାଇଁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଶ୍ଲୋକାବୃତ୍ତି କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ତାଙ୍କ ପୁତ୍ର ଅସିତ ସ୍ୱାଇଁ ଓ ରଞ୍ଜିତ ସ୍ୱାଇଁଙ୍କ ସମେତ ପରିବାର ବର୍ଗ ସକ୍ରିୟ ସହଯୋଗ କରିଥିଲେ ବୋଲି ସମ୍ପାଦକ ସୁଶାନ୍ତ କର ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା