


ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁର ରେଳ ଷ୍ଟେସନ ରାମ ମନ୍ଦିରରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ ହୋଇଯାଇଛି । ପବିତ୍ର ରାମନବମୀ ଅବସରରେ ରାମ ଲାଲା ଙ୍କ ଜନ୍ମଦିନ ମହାସମାରୋହରେ ଛତ୍ରପୁର ସହରରେ ସର୍ବତ୍ର ପାଳିତ ହୋଇଯାଇଥିବା ବେଳେ ବଜରଙ୍ଗଦଳ ସଂଗଠନ ତରଫରୁ ବୁଧବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ ହୋଇଛି । ଏହି ସହର ପରିକ୍ରମା ଯେତିକି ମନୋରମ ତଥା ବର୍ଣ୍ଣାଢ଼୍ୟ ଭରା, ସେତିକି ନିଆରା, ରୋଚକପୂର୍ଣ୍ଣ ଥିଲା । ବେଶ ଭୂଷାରେ ରାମ, ଲକ୍ଷ୍ମଣ, ସୀତା ଙ୍କ ବେଶ ଧାରଣ କରିଥିବା ବ୍ୟକ୍ତି ଏଵଂ ମହାବୀର ହନୁମାନ ଙ୍କ ବେଶ ଧାରଣ କରିଥିବା ଗଦା ଧାରୀ ଜଣେ ବ୍ୟକ୍ତି ମିନି ଟ୍ରକ୍ ରେ ସୁସଜ୍ଜିତ ପୂର୍ଣ୍ଣ ପ୍ରଜ୍ଞାପନ ମେଢ଼ ଖୁବ୍ ଚିତ୍ତାକର୍ଷକ ଥିଲା । ଯାହା ଡି.ଜେ. ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିବା ଦେଖାଦେଇଥିଲା । ଏହା ଯେ’ ପ୍ରତ୍ୟେକ ରାମ ଭକ୍ତଙ୍କ ମନରେ ନିଶ୍ଚିତ ଭାବେ ଆଧ୍ୟାତ୍ମିକ ଭାବନା ଜାଗରଣ ସୃଷ୍ଟି କରିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା