ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ୍ବିଲ ପ୍ରତ୍ୟାହାର ଦାବିରେ ଜଳେଶ୍ୱର ଜନସାଧାରଣଙ୍କ ଉପରେ ବେଡି ଉପରେ ନଳିତାବିଡା ଭଳି ହେଉଥିବାରୁ ସିପିଏମ୍ ପକ୍ଷରୁ ଆଜି ତହସିଲ ସମ୍ମୁଖରେ ବିକ୍ଷୋଭ ହେବା ସହିତ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି । କରେନା ମହାମାରୀ ବେଳେ ବିଶ୍ୱ ଥରହର ହେଉଥିବା ବେଳେ ଓଡିଶା ଜନଜୀବନ ଓ ଜିବିକା ବିପର୍ଯ୍ୟସ୍ତ । ପ୍ରତ୍ୟେକ ଜିନିଷର ଦରଦାମ୍, ଡିଜେଲ୍ ପେଟ୍ରୋଲର ଦରମଦାମ୍ ବଢି ଚାଲିଛି । ଖାଇବାକୁ ମିଳୁନଥିବା ବେଳେ ଓଡିଶା ସରକାର କମ୍ପାନୀ ପ୍ରତି ଦେଖାଇ ୟୁନିଟ୍ପିଛା ୨୦ପଇସା ବିଦ୍ୟୁତ୍ ବିଲ ବଢାଇବାକୁ ସିପିଏମ୍ ବିରୋଧ କରିଛି । ଅନ୍ୟାନ୍ୟ ରାଜ୍ୟରେ ବିଦ୍ୟୁତ୍ ବିଲ କମ୍ ଥିବା ବେଳେ ଓଡିଶାରେ ତାହା ଅଧିକ ବୋଲି ସେମାନେ ପ୍ରକାଶ କରିଛନ୍ତି । ଦିଲ୍ଲିରେ ୨୦୦ ୟୁନିଟ୍ ବିଦ୍ୟୁତ୍ବିଲ ମାଗଣା ଥିବା ବେଳେ ଓଡିଶାରେ ୭୦୦ଟଙ୍କା, ସେହିପରି ଦିଲ୍ଲିରେ ୪୦୦ୟୁନିଟ୍ ବିଦ୍ୟୁତ୍ ବିଲ ୧୦୦୦ଟଙ୍କା ଥିବା ବେଳେ ଓଡିଶାରେ ଏହା ୧୭୦୦ଟଙ୍କା ରହିଥିବା ବେଳେ କମ୍ପାନୀମାନଙ୍କୁ ହଜାର ହଜାର କୋଟି ଟଙ୍କା ଲୁଟ୍ କରିବାକୁ ପ୍ରତ୍ସୋହନ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଗତ ମାର୍ଚ୍ଚ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ୍ବିଲ ଛାଡ କରିବାକୁ ସେମାନେ ଦାବି କରି ବର୍ଦ୍ଧିତ ବିଦ୍ୟୁତ୍ବିଲ ପ୍ରତ୍ୟାହର ନ ହେଲେ ସିପିଏମ୍ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କହିଛି । ଏଥିରେ ସମ୍ପାଦକ ଦିଲ୍ଲିପ ଗିରି, ଜିତାଂଶୁ ନନ୍ଦି, ପଲଟୁ ଦାସ, ଅବଦୁଲ ସାଦ୍ଦିକ, ଶିବ ଶଂକର ପରିଡା, ବିଦ୍ୟାଧର ପାତ୍ର, ଅକ୍ଷୟ ପରିଡା, ବନମାଳି ଗିରି, ପୂର୍ଣ୍ଣଚନ୍ଦ୍ର ପରିଡା, ବିଶ୍ୱନାଥ ଗିରି, ସନ୍ୟାସୀ ବେହେରା, ଅସିତ୍ ଗିରି, ମନୋରଜ ବାରିକ, ପିଣ୍ଟୁ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।