ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡାରେ ମରୁଡି ସ୍ଥିତି, ଚିନ୍ତାରେ ଚାଷୀ ରାୟଗଡା, ବର୍ଷା ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚିନ୍ତାରେ ଚାଷୀକୁଳ । ଦୁଇମାସ ବିତିଲାଣି ବର୍ଷାର ଦର୍ଶନ ନାହିଁ । ରାଜ୍ୟରେ ମୌସୁମି ପ୍ରଭାବ ହ୍ରାସ ଯୋଗୁଁ ଧାର୍ଯ୍ୟ ଅନୁପାତରୁ ସତକଡା ୨୬ ପ୍ରତିଶତ ବର୍ଷା ହୋଇଛି । ଜୁଲାଇ ୧୭ତାରିଖ ଯାଏଁ ୩୯୩.୩୦ ମିଲିମିଟର (ମିମି) ସତକଡା ବୃଷ୍ଟିପାତ ହେବା ପରିବର୍ତ୍ତେ ସତକଡା ମାତ୍ର ୨୯୦.୧୦ ମିମି ପ୍ରତିଶତ ବର୍ଷା ରାଜ୍ୟରେ ରେକର୍ଡ କରାଯାଇଛି । ଫଳରେ କମ ପରିମାଣର ବର୍ଷା ଯୋଗୁଁ ରାଜ୍ୟର ୧୭ଟି ଜିଲ୍ଲାର ଚଷୀ ପ୍ରଭାବିତ ହୋଇଛନ୍ତି । ସମ୍ପ୍ରତ୍ତି ରାୟଗଡା ଜିଲ୍ଲାରେ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଛି । ବିଗତ ବର୍ଷ ଜିଲ୍ଲାରେ ମୌସୁମୀ ପ୍ରାରମ୍ଭରୁ ଜୁନ ଓ ଜୁଲାଇ ମଧ୍ୟରେ ସତକଡା ୬୫୩୩.୬୦ ମିଲିମିଟର(ମିମି) ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ବର୍ଷାର ପରିମାଣ ସତକଡା ମାତ୍ର ୨୫୦୮.୯୦ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି । ଯାହା ଦୁଇମାସ ମଧ୍ୟରେ ହାରାହାରି ବୃଷ୍ଟିପାତର ମାତ୍ର ୨୯ ପ୍ରତିଶତ ରହିଛି । ଧରା ଶ୍ରବଣ ମାସରେ ଜିଲ୍ଲାରେ ମୁରୁଡି ଭଳି ସ୍ଥିତି ଦେଖାଦେଇଥିବା ବେଳେ ଏ ନେଇ ଚାଷୀକୁଳ ଚିନ୍ତିତ ହୋଇ ପଡିଛି । ବର୍ଷା ନିଅଣ୍ଟ ଯୋଗୁଁ ଜିଲ୍ଲାରେ ଖରିଫ ଫସଲ ବିପୁଳ ଭାବେ ପ୍ରଭାବିତ ହେବା ନେଇ ଅନୁମାନ କରାଯାଉଛି । ବର୍ଷାର ଆଗମନ ଦେଖି ଚାଷୀ କୂଳ ହଳ ଲଙ୍ଗଳ ଯୋଡି ଜମି ଚାଷ କରିବାକୁ ବାହାରିଥିବା ବେଳେ ଜମିରେ ବିହନ ବୁଣିବା ପରେ ବର୍ତ୍ତମାନ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଏପଟେ ଜମିରେ ପଡିଥିବା ବିହନ ବର୍ଷା ନହେବା ଯୋଗୁଁ ଜମିରେ ଶୁଖି ମୁରୁଡି ଭଳି ସ୍ଥିତି ଉପୁଜିଛି । ମୌସୁମି ବାୟୁ ରାଜ୍ୟ ଅତିକ୍ରମ କରିବା ପରେ ଦୁଇ ମାସ ବିତିବାକୁ ବସିଲାଣି କିନ୍ତୁ ବର୍ଷାର ବିମୁଖ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଜିଲ୍ଲାରେ କେଉଁଠି ଚାଷ ଜମି ଫାଟି ଆଁ କଲାଣି ତ ଆଉ କେଉଁଠି ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜମିରୁ ଫସଲ ଉଠିବା ପରିବର୍ତ୍ତେ ଛାଉଁଳି ପଡିଛି । ଚଳିତ ଜୁନରେ ଜିଲ୍ଲାର ଅନ୍ୟ ବ୍ଲକ ଅପେକ୍ଷା ବିଷମକଟକ ବ୍ଲକରେ ସର୍ବାଧିକ ୧୪୬.୨୦ମିମି ବର୍ଷ ହୋଇଥିବା ବେଳେ ଜୁଲାଇ ଆରମ୍ଭରୁ ଏଯାଏଁ କାଶୀପୁର ବ୍ଲକରେ ସର୍ବାଧିକ ୩୫୦.୪୦ମିମି ବର୍ଷା ରେକର୍ଡ ହୋଇଛି । ଆଗାମୀ ଦିନରେ ଯଦି ଏପର ମୌସୁମି ବର୍ଷା ଲୁଚକାଳି ଖେଳିବ ତେବେ ଋଣରେ ବୁଡି ରହିଥିବା ଚାଷୀ ଋଣଶୁଝିବା ଚିନ୍ତାରେ ଭାଙ୍ଗି ପଡିବ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ