ବାଳକ ଓ ବାଳିକା ମୁଷ୍ଟି ଯୁଦ୍ଧ ଦଳର ଚଣ୍ଡୀଗଡ଼ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା )ଚଳିତ ମାସ ପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜୁନିୟର ବାଳକ ଓ ବାଳିକା ମୁଷ୍ଟି ଯୁଦ୍ଧ ଦଳର ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି ।ବାଳକ ୧୧ ଜଣ ଓ ବାଳିକା ୮ ଜଣ । ଏହି ଦଳରେ ଗଞ୍ଜାମ ଜିଲ୍ଲାର ୫ ଜଣ ବାଳକ ୩ ଜଣ ବାଳିକା ପାଇଛନ୍ତି। ସେମାନେ ହେଲେ  ଆଦିତ୍ୟ କୁମାର ମହାନ୍ତି, ବି. ସୁରଜ, ସରୋଜ ଡାକୁଆ, ଆଶିଷ କୁମାର ଜେନା, ଏସ. ସୁବୁଦ୍ଧି, ଏସ. ରୋଜା ଆଚାରୀ, ସୁନିତା ଗୌଡ଼, ଏନ. ବୀଣାପାଣି ପାତ୍ର ଏହି ଦଳର କୋଚ ମ୍ୟାନେଜର ଭାବେ ଲିଟୁ ଦାସ, ବୁଲୁ ପାତ୍ର, ବିପିନି ସାହୁ ଦଳରେ ସ୍ଥାନ ପାଇଛନ୍ତି । ଏହି ଦଳର ସମସ୍ତ ନେତୃତ୍ୱ ନେଇ ଅନ୍ତର୍ଜାତୀୟ ରିଫେରି ସ୍ଥାନୀୟ କୋଚ ଶିଶିର କୁମାର ପାଣିଗ୍ରାହୀ ଯାତ୍ରା କରିଛନ୍ତି । ଏହି ଦଳ ଭଲ ଖେଳ ପ୍ରଦର୍ଶନ କରି ଗୌରବ ଆଣିବେ ବୋଲି ଓଡିଶା ଆମେଚର ବକ୍ସିଂ ଏସୋସିଏସନର ସଭାପତି ଅଧିପ ଦାସ, ସମ୍ପଦକ ଅନିଳ ବହିଦାର, ଉପସଭାପତି କେ. ପ୍ରଭାକର ରାଓ, ବକ୍ସିଂ କୋଚ ଅରିକ୍ଷୀତ ପାଣିଗ୍ରାହୀ, ଶିବରାମ ପାତ୍ର, ଲଡୁ କିଶୋର ସାହୁ, ବାବୁ ରାଓ, କେଶବ ପଣ୍ଡା, ଗଞ୍ଜାମ ଜିଲ୍ଲା ସଂସଦର ସଂପାଦକ ଶ୍ରୀ ଅଶୋକ ସାହୁ, ଉପସଭାପତି ତାରିଣୀ ସାମନ୍ତରାୟ, ସନ୍ତୋଷ ସାହୁ, ବିଏସ ସାମନ୍ତ, ଯୁଗ୍ମ ସମ୍ପାଦକ ଶରତ ମହାପାତ୍ର, ଦୁର୍ଗା ପଟ୍ଟନାୟକ, ଉପେନ୍ଦ୍ର ପଟ୍ଟନାୟକଙ୍କ ସମେତ ସମସ୍ତ ସଦସ୍ୟ, ଗଞ୍ଜାମ ବକ୍ସିଂ କ୍ଲବର ସମସ୍ତ ସଦସ୍ୟ ଓ ଅଭ୍ୟାସ କରୁଥିବା ସମସ୍ତ ବକ୍ସର ସହ ଆନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ଆଶା ପ୍ରକଟ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା