

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ନିର୍ବାଚନ ମଣ୍ଡଳୀର ୬ଟି ଗ୍ରାମପଂଚାୟତର ୧୬ଟି ଗ୍ରାମକୁ ଓଡ଼ିଶା ସରକାରଙ୍କ ବସୁଧା ଯୋଜନାରେ ସାମିଲ୍ କରାଇ ଉକ୍ତ ଗ୍ରାମ ଗୁଡ଼ିକରେ ପାନୀୟ ଜଳ ସମସ୍ୟା ଦୂର କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିକଟରେ ଦାବି ଜଣାଇବା ସହ ଦାବୀ ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସେହି ଗ୍ରାମଗୁଡ଼ିକର ନାମ ହେଲା ମଲ୍ଲଡ଼ ଗ୍ରାମପଂଚାୟତର ବରଦା, ରାଉଳିବନ୍ଧ, ଚୈତନ୍ୟପୁର, ସୁବଳୟା ଗ୍ରାମପଂଚାୟତର ଡିଏନଟି କଲୋନୀ, ସନ୍ତୋଷପୁର ଗ୍ରାମପଂଚାୟତର ସାତୁଳି, କାର୍ତିକ ଢିହ, କୁଞ୍ଜିଢେପ, ଲାଉପୁଟୁ ଓ ସାନଗୋପାଳପୁର । ସେହିପରି କାଇଁଚପୁର ଗ୍ରାମପଂଚାୟତର ଝାଡ଼କୁଦ ଓ ମାଳିଜଗନ୍ନାଥପୁର, ୟୁଡିଏସପୁର ଗ୍ରାମପଂଚାୟତର ନନ୍ଦନନ୍ଦନାପଲ୍ଲୀ, ବେଣିଘଉରି, ବାଳସିଙ୍ଗପଲ୍ଲୀ, ଖଟିଆରାମଚନ୍ଦ୍ରପୁର ଓ ସାନରାମଚନ୍ଦ୍ରପୁର ପଂଚାୟତର ପଣଢ଼ିହ ଗ୍ରାମଗୁଡ଼ିକ ରହିଛି । ଏହା ପୂର୍ବରୁ ବସୁଧା ଯୋଜନାରେ ଗଞ୍ଜାମ ବ୍ଲକର ୫୫ଟି ଗ୍ରାମକୁ ସାମିଲ୍ କରାଯାଇଥିଲା । ଏହି ୧୬ଟି ଗ୍ରାମକୁ ସାମିଲ୍ କରାଗଲେ ଗଞ୍ଜାମ ବ୍ଲକର ୭୧ଟି ଗ୍ରାମର ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
