
ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୬ ଏବଂ ୭ ଘୁମୁସୁରିଆ ବନ୍ଧସାହି ଏବଂ ଟିକରପଡା ସାହି ବସ୍ତିବାସିନ୍ଦାମାନେ ଚାଳ ଝୁମୁଡି ଘରେ ବାସ କରୁଆସୁଛନ୍ତି । ୬ ମାସ ତଳେ ସହରାଞ୍ଚଳ ଉନ୍ନୟନ ବିଭାଗପକ୍ଷରୁ ଏକ ସର୍ଭେ କରି ସେମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା ପାଇଁ ହିତାଧିକାରୀ ଚୟନ କରାଯାଇଥିଲେ ସୁଦ୍ଧା ଅଦ୍ୟାବଧି ସେସବୁର ନାଁ ଗନ୍ଧ ଶୁଭୁ ନ ଥିବାରୁ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି ।ଏହି ସର୍ଭେ ଦ୍ୱାରା ରମ୍ଭା ବନ୍ଧ ସାହି ପ୍ରତ୍ୟେକ ଘରେ ହିତାଧିକାରୀ ଟୋକେନ ଓ ନମ୍ବର ରମ୍ଭା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହାୟତାରେ ଖଲ୍ଲିକୋଟ ତହସିଲଦାର ସର୍ଭେ କରି ସେମାନଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ଏହି ଯୋଜନାରେ ଘର କରିବା ପାଇଁ କିଛି ବି ସୂଚନା କରିନାହାନ୍ତି । ଫଳରେ ସେମାନେ ଶୀତ କାକରରେ ଚାଳ ଝୁମ୍ପୁଡି ଘରେ ରହି କାଳତିପାତ କରୁଛନ୍ତି । ସେମାନଙ୍କୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ଘର ଯୋଗାଇବା ସହ ଘର ପଟ୍ଟା ପ୍ରଦାନ କରିବା ପାଇଁ ଦାବି ହୋଇଛି । ଦାବିପତ୍ର ସେମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

