ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବସ୍ତି ସୁରକ୍ଷା ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଗତ ତିତିଲି ବାତ୍ୟାର ପ୍ରପିଡିତଙ୍କୁ ସହାୟତା ରାଶି ପ୍ରଦାନରେ ବିଳମ୍ବ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ଵେ ସହାୟତା କିମ୍ବା କ୍ଷତି ପୁରଣ ରାଶି ପାଇପାରି ନାହାନ୍ତି । ବିଗତ ଦିନରେ ବସ୍ତି ବାସିନ୍ଦା ଜି୍ଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମସ୍ତେ ବ୍ୟକ୍ତିଗତ ଭାବରେ ଲିଖିତ ଅଭିଯୋଗ, ଶୋଭାଯାତ୍ରାରେ ଆସି ସମୁହ ଭାବରେ ସ୍ମାରକ ପତ୍ର ପ୍ରଦାନ, ଘଣ୍ଟ ଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ, ଶହ ଶହ ବସ୍ତିବାସିନ୍ଦା ଶୋଭା ଯାତ୍ରାରେ ଆସି ସମୁହ ଭାବରେ ଦାବି ଉପସ୍ଥାପନ କରିଥିଲେ କିନ୍ତୁ ପ୍ରଶାସନ ପ୍ରତେକ ସମୟରେ ବସ୍ତିବାସିନ୍ଦାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବା ଦୁରର କଥା କୌଣସି ପଦକ୍ଷେପ ବି ନେଲେ ନାହିଁ । ସୁଚନା ଥାଉକି ବସ୍ତି ସୁରକ୍ଷା ମଞ୍ଚ ପ୍ରଶାସନିକ ଅଧୀକାରିଙ୍କ ସହିତ ଆଲୋଚନା ସମୟରେ ଉଷା ସର୍ଭେ ଅନ୍ତର୍ଭୁକ୍ତ ସମସ୍ତ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା, ପାରଳାଖେମୁଣ୍ଡି ପୌର ପରିଷଦର ୱାର୍ଡ ନଂ ୧୪ର ସଞ୍ଜୟଗାନ୍ଧୀ କଲୋନୀ ସ୍ଥିତ ଉପର ସାହିରେ ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ ସହ ବିଭିନ୍ନ ମୈାଳିକ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ । ବସ୍ତି ସୁରକ୍ଷା ମଞ୍ଚ ବାରମ୍ବାର ଏ ଦିଗରେ ପ୍ରଶାସନ ତଥା ସରକାରଙ୍କୁ ଅବଗତ କରାଇଥିଲେ ସୁଧା ବସ୍ତିବାସିନ୍ଦାଙ୍କ ଦାବି ପୁରଣ ନହୋଇଥିବାରୁ ଆସନ୍ତା ମଙ୍ଗଳବାର ୨୨-୦୧-୨୦୧୯ ତାରିଖରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ଭେମାନେ ପ୍ରତିକ ଧାରଣାରେ ବସିବାକୁ ନିସ୍ପତି ନେଇଛୁ ।
ରିପୋର୍ଟ : କୃଷ୍ଣ କୁମାର ବେହେରା