

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିପଲଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ବସ ଦୁର୍ଘଟଣା ହୋଇଛି । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହାତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ପିପଲଗୁଡା ଗ୍ରାମର ପାଇକ ମଣ୍ଡାଙ୍ଗି । ଗୁରୁତର ଆହତ ମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟପନ ରହିଥିବା ଚିକତ୍ସା କରୁଥିବା ଡକ୍ଟର କହିଛନ୍ତି । ରାୟଗଡ଼ା ଏସପି ରାହୁଲ ପି.ଆର ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ଅନୁଧ୍ୟାନ କରିବା ସହ ଆହତ ମାନଙ୍କୁ ଉଦ୍ଧାର କରି ଚିକତ୍ସାଲୟ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ିଥିଲେ ହେଁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ ଅନୁମାନ କରୁଛି । ରାମନାଗୁଡାରୁ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ପିପଲଗୁଡା ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

