

ଛତ୍ରପୁର (ସମୃଦ୍ଧ ଓଡିଶା) ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକ ବିଟହାଉସ ୧୬ ନମ୍ବର ଜାତୀୟ ରାଜପଥରେ ବ୍ରହ୍ମପୁରରୁ କଟକ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ଆଘାତ ହୋଇଥିଲା । ଫଳରେ ବାଇକ ଚାଳକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ରାଇପୁର ଗ୍ରାମର ଶଙ୍କର ରଣା । ପୋଲିସଁ ବସ ଓ ବସ ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା