

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଭୁବନେଶ୍ୱରରେ ଏକ ଜନସଭାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନସଭା କୃଷ୍ଣସାଗରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏହି ସଭାରେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶୁଶ୍ରୀ ମାୟାବତୀ ଉଭୟ ବିଜେପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆଠାରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କେନ୍ଦ୍ରରେ ଶାସନ କରୁଥିବା ନରେନ୍ଦ୍ର ମୋଦି ସରକାର ଲୋକଙ୍କୁ ଦେଇଥିବା ନିଜର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି । ସେ କେବଳ ପୁଞ୍ଜିପତିମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଚୋୖକିଦାରୀ କରୁଛନ୍ତି । ଦେଶର ଜନସାଧାରଣ ଏଥର ସମ୍ପ୍ରଦାୟିକତାବାଦି, ଜାତିବାଦୀ ଦଳମାନଙ୍କୁ କ୍ଷମତାରୁ ତଡ଼ିଦେବା ବୋଲି ସେ କହିଛନ୍ତି । ପୁଲୱାମା ପ୍ରସଙ୍ଗରେ ମଧ୍ୟ ସେ ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । କଂଗ୍ରେସ ଦୁର୍ନୀତିମୁକ୍ତ ସରକାର ଦେବାରେ ବିଫଳ ହେବାରୁ ଲୋକେ ତାହାକୁ କ୍ଷମତାରୁ ବିତାଡିତ କରିଥିଲେ । ବିଜେପି ସରକାରର ମଧ୍ୟ ସମଦଶା ଭୋଗିବ ବୋଲି ସେ କହିଛନ୍ତି . ଆଜିର ଏହି ସଭାରୁ ବିଏସପି ସାରା ଦେଶରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛି । ବିଏସପି ଓଡିଶାର ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ବି ପ୍ରାର୍ଥୀ ଦେବାକୁ ସ୍ଥିର କରିଛି । ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସ୍ଥାନରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଦଳ ଖୁବ ଶୀଘ୍ର ଘୋଷଣା କରିବ । ଏହି ଜନ ସଭାରେ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









ଠିକ୍ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଯେଉଁମାନେ ସାଧାରଣ ଭୋଟରଙ୍କୁ ପରାମର୍ଶ ଦେଉଛନ୍ତି ସେମାନେ ନିଶ୍ଚିତ ଭାବେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବେ।ଆଗାମୀ ସାଧାରଣ ନିର୍ବାଚନ ଏକ ଗୁଋତ୍ବପୂର୍ଣ ନିର୍ବାଚନ। ଆମ ଦେଶ ଏବଂ ଆମ ରାଜ୍ୟର ୮୦% ଗରିବ ଲୋକମାନଙ୍କର ଭବିଷ୍ୟତ ଓ ଭାଗ୍ୟ ନିର୍ଦ୍ଧାରଣ କରାଯିବ।ଆସନ୍ତାକାଲି ୪ ଗୋଟି ଲୋକସଭା ଓ ୨୮ ଗୋଟି ବିଧାନସଭା ପାଇଁ ନିର୍ବାଚନ ହେବ,। ସେହି ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତିମାନେ, କେଉଁ ଦଳ ବା କେଉଁ କେଉଁ ପ୍ରାର୍ଥୀଙ୍କୁ କେଉଁ ଚିହ୍ନରେ ଭୋଟ ଦେବାପାଇଁ ନାମ ପ୍ରକାଶ କରୁନାହାନ୍ତି କାହିଁକି ?ଆଗକୁ ଧାର୍ଯ୍ୟ ତାରିଖ ମାନଙ୍କରେ କେଉଁ ପ୍ରାର୍ଥୀ ବା ଦଳକୁ ଭୋଟ ଦେବା ଆବଶ୍ୟକ ସେମାନଙ୍କର ନାମ ପ୍ରକାଶ କରନ୍ତୁ।ଧନ୍ୟବାଦ ।