ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନ୍ତର୍ଗତ କଇଠା ସାହି ଜୀବନଵୀମା କାର୍ଯ୍ୟାଳୟ ସମୁଖରେ ଥିବା ପୋଲଟି ବହୁଦିନ ଧରି କାମ ଚାଲିଥିଲେ ସୁଦ୍ଧା ତାହା ସମ୍ପୂର୍ଣ ହୋଇପାରୁ ନ ଥିବା ସମସ୍ତଙ୍କୁ ଅସନ୍ତୋଷର କାରଣ ହୋଇଥିବା ବେଳେ ବର୍ତ୍ତମାନ କାମ ବନ୍ଦ ହୋଇ ରହିଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ଫୋରେଷ୍ଟ ଗେଟ ଠାରୁ ଜେଲ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାର ARSS ନାମକ ଏକ ଘରୋଇ ସଂସ୍ଥାକୁ ଦେଇଥିବା ବେଳେ ଏହି କାର୍ଯ୍ୟ ଦୀର୍ଘଦିନ ହେଲା ଚାଲି ଆସିଥିବା ତଥା ମନ୍ଥର ଗୋତି ଯୋଗୁଁ କାର୍ଯ୍ୟଟି ସରିପାରୁନାହିଁ ।ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଅତିଶୀଘ୍ର ଶେଷ କରିବା ପାଇଁ ଦାବି ହୋଇଛି । ଏହି ରାସ୍ତା ତିଆରି ଯୋଗୁଁ ନାଳ ଓ ପୋଲ କାର୍ଯ୍ୟ ମଧ୍ୟ ମନ୍ଥରଗତିରେ ଚାଲିଥିବାରୁ ,ସେଇ ରାସ୍ତା ଦେଇ ଚଳାଚଳ କରୁଥିବା ଯାନବାହାନ ବେଶ ଅସୁବିଧାର ସାମ୍ନା କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ନଜରକୁ ଆସିଛି । ଦୀର୍ଘଦିନ ହେଲା ଅର୍ଧନିର୍ମାଣ ଅବସ୍ଥାରେ ପଡି ରହିଥିବା ନାଳରେ ଅଳିଆ ଆବର୍ଜନା ଜମାରହି ପରିବେଶଟି ଦୁର୍ଗନ୍ଧମୟ ହେବା ସହ ସେଠାରେ ମଶାମାଛିର ପ୍ରକୋପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହା ଦ୍ୱାରା ସେ ଅଞ୍ଚଳର ଲୋକମାନେ ପରିବେଶ ଦୂଷିତ ଓ ମଶାମାଛିର ପ୍ରକୋପରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଜଣାଯାଇଛି । କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା