ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଘଟି ଚାଲିଥିବା ହିଂସା ଓ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ ସଭା ଓ ଗଣଧାରଣା…

ବ୍ରହ୍ମପୁର : ସମ୍ପ୍ରତି ବାଂଲାଦେଶର ଛାତ୍ର ଆନ୍ଦୋଳନ ଓ ଗଣତନ୍ତ୍ର ନାମରେ ସେ ଦେଶରେ ଆନ୍ଦୋଳନ ଏବଂ ତତ୍ ପରବର୍ତ୍ତୀ ସରକାର ପତନ ଓ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ଜମାତ ସଂଗଠନ ଓ କିଛି ମୌଳ ବାଦୀ ସଂଗଠନ ଯୋଜନାବଦ୍ଧ ଭାବରେ ହିନ୍ଦୁ ମାନକ ଉପରେ ଅତ୍ୟାଚାର , ଲୁଟ୍ ପାଟ ଏବଂ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଚାଲିଛନ୍ତି ତାହାର ପ୍ରତିବାଦରେ ତଥା ସରକାର ଓ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ ଉଦ୍ଧେଶ୍ୱରେ ତଥା ହିନ୍ଦୁ ସମାଜକୁ ସଚେତନ, ଜାଗ୍ରତ ଓ ଏକତା ଲକ୍ଷ୍ୟ ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର ପକ୍ଷରୁ ଏକ ପ୍ରତିବାଦ ସଭା ଓ ଗଣ ଧାରଣ କାର୍ଯ୍ୟକ୍ରମ ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି। ସଭାକୁ ଉଦବୋଧନ ଦେଇ ବିଭିନ୍ନ ବକ୍ତା କହିଥିଲେ ଯେ  ଆମ ଦ୍ଵାରା ସୃଷ୍ଟି ଆମର ପଡୋଶୀ ଦେଶ ବାଂଲାଦେଶରେ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ କିଛି ମୌଳବାଦୀ ସଂଗଠନ ସେ ଦେଶରେ ଅନାଦି କାଳରୁ ବସବାସ କରି ଆସୁଥିବା ହିନ୍ଦୁ ସମ୍ପ୍ରଦାୟ ଓ ଧର୍ମାଲମ୍ବି ମାନଙ୍କ ଉପରେ କିଭଳି ଅକାରଣରେ ଅତ୍ୟାଚାର, ବ୍ୟଭିଚାର ଓ ଘୃଣା ହିଂସା କାଣ୍ଡ ଭିଆଇ ଚାଲିଛନ୍ତି। ଏପରିକି ଏମାନଙ୍କ କ୍ରୁରତାର ଶିକାର ବିଶେଷ କରି ମହିଳା ଓ ଶିଶୁ ହେଇ ଚାଲିଛନ୍ତି। ତତ୍ ସହିତ ହିନ୍ଦୁ ମନ୍ଦିର ମାନଙ୍କୁ ଟାର୍ଗେଟ କରାଯାଇଛି। ସଂଖ୍ୟାଲଘୁ ହିନ୍ଦୁ ମାନେ ସେ ଦେଶରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଖବର ପ୍ରକାଶ ପାଇଛି। ସେଠାରେ ହିନ୍ଦୁ ମାନଙ୍କ ଜୀବନ କେବଳ ବିପଦରେ ନୁହଁ ବରଂ ସେମାନଙ୍କ ଧନ ସଂପତ୍ତି ନଷ୍ଟ ସହ  ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଉଛି । ଯାହା ମଧ୍ୟଯୁଗୀୟ ଦାନବୀୟ ମାନସିକତାକୁ ସ୍ମରଣ କରାଇଛି ଏବଂ ବିଂଶ ଶତାବ୍ଦୀର ସଭ୍ୟ ସମାଜ ଓ ମଣିଷ ଆଉ ଗୋଟେ ମଣିଷ ପ୍ରତି ଏଭଳି ହିଂସ୍ର ପଶୁ ଠାରୁ ମଧ୍ୟ ହୀନ ଆଚରଣ ପ୍ରଦର୍ଶନ କରିପାରେ ତାହା କଳ୍ପନାର ବାହାରେ। ଆଜି ହିନ୍ଦୁମାନଙ୍କ ପ୍ରତି ବାଂଲାଦେଶରେ ଯାହା ଘଟୁଛି ତାହା ଆମ ମନ, ବୁଦ୍ଧ, ବିବେକ, ହୃଦୟ କୁ ଚେତନ, ସଚେତନ ଓ ଅବଚେତନ ମସ୍ତିଷ୍କ ଭାବନରେ ଗଭୀର ଆଘାତ ଦେବା ସହ ଆମ ମଣିଷ ପଣିଆକୁ ଦୋହଲାଇ ଦେଇଛି। ବାଂଲାଦେଶରେ ମଣିଷ ପଣିଆ ଓ ମାନବିକତାର ପ୍ରତିଦିନ ହତ୍ୟା କରାଯାଉଛି। ବାଂଲାଦେଶର ଯାହା ଘଟି ଚାଲିଚି ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆଜି ହିନ୍ଦୁ ପୃଥିବୀର ଯେ କୌଣସି କୋଣରେ ଥିଲେ ମଧ୍ୟ ସୁରକ୍ଷିତ ନୁହଁ। ହିନ୍ଦୁ ଉପରେ ଏଭଳି କାହିଁକି ଆକ୍ରମଣ ଓ ଆକ୍ରୋଶ ମୂଳକ ମୋନୋଭାବ ପଦର୍ସନ କରାଯାଉଛି। ଏହା କଣ ସଭ୍ୟତାର ଲଢେଇ ଏବଂ ହିନ୍ଦୁ ମାନଙ୍କ ଅସ୍ତିତ୍ଵକୁ ଶେଷ କରିଦେବାର ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ? ଏ ସମ୍ପର୍କରେ ହିନ୍ଦୁ ସମାଜ ସଚେତନ? ଛଦ୍ମ ଧର୍ମ ନିରପେକ୍ଷତାର ମୁଖ ତଳେ ଆଶ୍ରୟ ନେଇ କଣ ସେ ନିଜକୁ ସୁରକ୍ଷିତ ଓ ନିରାପଦ ରଖିବାରେ ସକ୍ଷମ ହୋଇପାରିବ। ସବୁ କଥା ସରକାରଙ୍କ ଉପରେ ଛାଡ଼ି ଦେଇ ଚୁପ୍ ବଡିଯିବା ତା ପାଇଁ ଶ୍ରେଷ୍ଟ ମାର୍ଗ? ତାହାହେଲେ ହିନ୍ଦୁ କରିବ କଣ? ତେଣୁ ବେଳ ଥାଉ ଥାଉ ହିନ୍ଦୁ ମାନେ ତାଙ୍କ ପ୍ରତି ଯେଉଁ ବିପଦ ଆଗକୁ ମାଡି ଆସୁଛି ସେଥିପ୍ରତି ସଚେତନ ହୋଇ ଏକଠା ନହେଲେ ହିନ୍ଦୁ ମାନଙ୍କୁ କେହି ସୁରକ୍ଷା ଦେଇପାରିବେ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ତେଣୁ ତୁରନ୍ତ ଏନ ଆର ସି ଲାଗୁ ସହ ବାଂଲାଦେଶ ଓ ରୋହିଜ୍ଞା ମାନଙ୍କୁ ଚିହ୍ନଟ କରି ତାଙ୍କ ଦେଶକୁ ପଠାଯାଉ। ସେମାନଙ୍କୁ ପ୍ରଶାସନିକ ସହଯୋଗ ଓ ରାଜନୈତିକ ସଂରକ୍ଷଣ ବନ୍ଦ କରାଯାଉ। ସରକାର ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅକଥନୀୟ ଯନ୍ତ୍ରଣା ନେଇ ନୂତନ ସରକାର ସହ ଡିପ୍ଲୋମାଟିକ ଚାନେଲ ଖୋଲନ୍ତୁ ଓ ଆବଶ୍ୟକ ପଡ଼ିଲେ ଇସ୍ରାଏଲ ଢଙ୍ଗରେ ନିଜର ସେନା ପଠାଇ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାନ୍ତୁ। ଆଜିର ଏହି ପ୍ରତିବାଦ ସଭାରେ ସହର ତଳି କ୍ରିୟାନୁଷ୍ଠନ କମିଟି ବ୍ୟତିରକେ ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ, ଆଦିତ୍ୟ ବାହିନୀ, ଯୋଗ ବେଦାନ୍ତ ସମିତି, କେଶରୀୟା ହିନ୍ଦୁ ଜାଗରଣ ମଞ୍ଚ ଓ ଜଗନ୍ନାଥ ପୁରୁଷୋତ୍ତମ ଚେତନା ଫାଉଣ୍ଡେସନ ଭଳି ବିଭିନ୍ନ ଗଣ ସଙ୍ଗଠନର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଗୀତା ବାଚସ୍ପତି ପଦ୍ମ ଚରଣ ଦାସ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସନ୍ତୋଷ କୁମାର ସାହୁ, ମାନସ ପାତ୍ର ପ୍ରମୁଖ ବହୁ ବକ୍ତା ନିଜ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ ଶିବ ପ୍ରସାଦ ମିଶ୍ର, ସୁବାଷ ପାତ୍ର, ବି ଭି ସାଗର,ଏମ୍ ଲାବଣ୍ୟ ପାତ୍ର, ଶ୍ରୀକାନ୍ତ ପଢିହାରୀ, ଦିଗାମ୍ବର ସାମନ୍ତରାୟ, ଅଜିତ୍ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଣ୍ଡା, ଗଣେଶ ଦାସ, ସୁନିଲ ପାତ୍ର,କେ ସୁଦାମ ପାତ୍ର, ଭି ନାର୍ଶିଙ୍ଗୁଲୁ, ଦେବୀ ପ୍ରସାଦ ଦାସ, ପ୍ରବୀଣ କୁମାର ପଟ୍ଟନାୟକ, ଆଦିତ୍ୟ ନାରାୟଣ ରଥ, କାହୁଁ ଚରଣ ପତି, ଡି ପି ଦାସ, ଟି ବିଭୂତି ଭୂଷଣ ପାତ୍ର, ଟି ସୁଦେଶ କୁମାର ପାତ୍ର, ରମେଶ ଚନ୍ଦ୍ର ବେହେରା, ଡି ଶୁଭମ୍ ପାତ୍ର,ଏସ ସୁରେଶ ଆଚାରି,ବି ବାଲାଜୀ ରାଓ,ବି ଦାମୋଦର ରାଓ, ଗୌରୀ କିଶୋର ପାତ୍ର, କୋମଳ ମହାନ୍ତି, ଡ ପ୍ରାଣ ଚାନ୍ଦ ପଣ୍ଡା।

ରିପୋର୍ଟ:ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା