
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଛକ ଠାରେ ବାଇକକୁ ଧକ୍କା ଦେଲା ଟ୍ରକ, ଫଳରେ ଜଣେ ମୃତ ଦୁଇ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଇକରେ ସ୍ତ୍ରୀ ଓ ଛୁଆକୁ ନେଇ ସ୍ୱାମୀ ବ୍ରହ୍ମପୁର ଆସୁଥିବା ବେଳେ ଗୋଟେ ଟ୍ରକ ଧକ୍କା ଦେବା ଫଳରେ ବାଇକରେ ବସିଥିବା ଛୁଆ ପିଲା ବାପା ଛିଟିକି ରାସ୍ତା ମଝିରେ ପଡ଼ିଥିଲେ । ଘଟଣା ସ୍ଥଳେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଛୁଆ ଓ ବାପା ଦୁଇ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳେ ଗୋଳନ୍ଥରା ଥାନା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା