
ଗଜପତି (ସମୃଦ୍ଧ ଓଡିଶା) ପୁଣି ବାଇକରେ ବୁହା ହେଲା ଶବ । ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଞ୍ଚଳରେ । ରାୟଗଡ ବ୍ଳକ ଅନ୍ତର୍ଗତ ହାତୀବାଡି ଗ୍ରାମର ଗୋବିନ୍ଦ ଭୂୟାଁ ନାମକ ଜନୈକ ବୃଦ୍ଧଙ୍କ ଦେହ ଅସୁସ୍ଥ ହେବାରୁ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ମୃତ ଘଟିଥିଲା । କିନ୍ତୁ ଶବକୁ ନେବା ସକାସେ ମହାପ୍ରୟାଣ ମିଳିନଥିବା ଅଭିଯୋଗ ହୋଇଛି । କିଛି ସମୟ ପରେ ବାଧ୍ୟ ହୋଇ ବାଇକରେ ଶବକୁ ନେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା