ଭଞ୍ଜନଗର (ସମୃଦ୍ଧ ଓଡିଶା) କୁଲାଡ଼ ଗ୍ରାମରେ ଆଜି ସକାଳ ସମୟରେ ଜଣେ ବୃଦ୍ଧ ମାଗୁଣି ଦାସ(୭୦) ବାଇକ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସେ କୁଲାଡ଼ ଛକରେ ଥିବା ଏକ ଦୋକାନକୁ ଟଙ୍କା ଦେବାକୁ ଯାଉଥିବା ସମୟରେ ବାଇକ ଆରୋହୀ ବେତାର ଗ୍ରାମର ବୁଲୁ ନାୟକ ତାଙ୍କ ବାଇକ ରେ ଆସୁଥିବା ସମୟରେ ବୃଦ୍ଧ ଜଣକୁ ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଛନ୍ତି ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଖବର ଅନୁସାରେ ବାଇକ ଆରୋହୀ ଜଣକ ସେହି ବୃଦ୍ଧଙ୍କ ଚିକିତ୍ସା ଖର୍ଚ ବହନ କରିଥିବା ସୂଚନା ମିଳିଛି ।
ରିପୋର୍ଟ – ନିଲୁ ବିଷୋୟୀ