



ସାକ୍ଷୀଗୋପାଳ(ସମୃଦ୍ଧଓଡିଶା)ଗତକାଲି ବିଳମ୍ବିତ ରାତିରେ ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ ୨ ସାଙ୍ଗଙ୍କର ମୃତ୍ୟୁ ହୋଇଯାଇଛି l ଡେଲାଙ୍ଗ ଥାନା ଅନ୍ତର୍ଗତ ଇନ୍ଦି ପୁର ଗ୍ରାମର ୨ ସାଙ୍ଗ ଲିପୁନ ସେନାପତି ଓ ପୁପୁନା ପାଢ଼ୀ ସାକ୍ଷୀଗୋପାଳରୁ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ ଘରକୁ ଫେରୁଥିବା ସମୟରେ ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଇକଟି ପିଟି ହୋଇଯାଇଥିଲା ବୋଲି ଅନୁମାନ କରାଯାଉଅଛି l ବାଇକ ସହିତ ୨ ସାଙ୍ଗ ରାସ୍ତା ପାର୍ଶ୍ଵ ନାଳକୁ ଖସି ପଡ଼ିଥିଲେ l ରାତିସାରା ଘଟଣା ସ୍ଥଳରେ ଆଚେତ ହୋଇ ପଡିରହିଥିଲେ l ସକାଳୁ ସକାଳୁ ରାସ୍ତା ଦେଇ ଯାଉଥିବା ବାଟୋଇ ଙ୍କ ନଜର ପଡିବା ପରେ ଜଣା ପଡିଥିଲା l ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ l ଉଭୟଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା l କାର୍ଯ୍ୟରତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ସତ୍ୟବାଦୀ ପୋଲିସ ଶବ ଦ୍ବୟ ଜବତ କରିଥିଲେ l ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଯିବ l ବାଇକଟିକୁ ଜବତ କରି ସତ୍ୟବାଦୀ ପୋଲିସ ଏକ ମୋକଦ୍ଦମା ରୁଜୁ କରିଛନ୍ତି l ଘଟଣାରେ ତଦନ୍ତ ଚାଲିଅଛି l ମୃତ ୨ ସାଙ୍ଗଙ୍କ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା l
ରିପୋର୍ଟ : ରଜତ ମହାପାତ୍ର